ETV Bharat / city

Ind vs SA T-20: ଅନଲାଇନ ଟିକେଟ ବୁକିଂରେ ବିଳମ୍ବ, ନିରାଶ ଫ୍ୟାନ୍ସ

ଭାରତ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍‌ ପାଇଁ ଅନଲାଇନ ଟିକେଟ ବୁକିଂରେ ବିଳମ୍ବ । ଅଧିକ ପଢନ୍ତୁ

ଅନଲାଇନ ଟିକେଟ ବୁକିଂରେ ବିଳମ୍ବ
ଅନଲାଇନ ଟିକେଟ ବୁକିଂରେ ବିଳମ୍ବ
author img

By

Published : Jun 1, 2022, 1:36 PM IST

କଟକ: ଜୁନ ୧୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଟି-୨୦ ମ୍ୟାଚ୍‌ । ଏହି ମ୍ୟାଚ ପାଇଁ ଆଜିଠୁ ଅନଲାଇନ ଟିକେଟ ବିକ୍ରି ଆରମ୍ଭ ହୋଇଥିଲା । ଦିନକୁ ଫ୍ୟାନ୍ସ ମାନେ ଅନେଇ ବସିଥିଲେ । ପୂର୍ବାହ୍ନ 11ଟାରୁ ଟିକେଟି ବୁକିଂ ନେଇ ସମୟ ରହିଥିଲା ମାତ୍ର ଏଥିରେ ବିଳମ୍ବ ହୋଇଛି । ଫଳରେ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ନିରାଶ ଦେଖିବାକୁ ମିଳିଛି ।

ଅନଲାଇନ ଟିକେଟ ବୁକିଂରେ ବିଳମ୍ବ

ଟିକେଟ ବିକ୍ରିରେ ବିଳମ୍ବ ହେବା ଖବର ଜାଣିବା ପରେ ପ୍ରତିକ୍ରିୟା ରଖିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା । ପେଟିଏମ ପକ୍ଷରୁ କିଛି ତ୍ରୁଟି ହୋଇଥିବା ହେତୁ ବୁକିଂ ବିଳମ୍ବ ହୋଇଛି । ତେବେ ପେଟିଏମ ଇନସାଇଡ଼ର ୱେବ ସାଇଟରେ ଦିନ 11 ଟା ସମୟରେ ଅନଲାଇନ ଟିକେଟ ବୁକିଂ ପ୍ରକ୍ରିୟା ଆରମ୍ଭ ହୋଇଥାନ୍ତା । ହେଲେ ଏଯାବତ ତାହା ହୋଇ ପାରିନାହିଁ । ସମସ୍ୟା ସମାଧାନ ପରେ ପ୍ରକ୍ରିୟା ସ୍ବାଭାବିକ ହେବ ବୋଲି କହିଛନ୍ତି ଓସିଏ ସମ୍ପାଦକ ।

ଏହା ବି ପଢନ୍ତୁ...Ind vs SA T-20: ଆଜିଠୁ ଅନଲାଇନ ଟିକେଟ ବିକ୍ରି

ପ୍ରକାଶ ଥାଉ କି, ଆଜିଠୁ ଜୁନ ୧୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍‌ ଖେଳାଯିବ । ଏ ନେଇ ଆଜିଠୁ ଟିକେଟ ବିକ୍ରି ଆରମ୍ଭ ହୋଇଥିଲା । ମୋଟ 5000 ଟିକେଟ ଅନଲାଇନ ମାଧ୍ୟମରେ ବିକ୍ରି ହେବ ବୋଲି ସ୍ଥିର ହୋଇଛି । ତେବେ ଏଥିଲେ ବିଳମ୍ବ ହୋଇଥିବା ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.