ETV Bharat / city

ପଶ୍ଚିମ ଓଡିଶାରେ କଟକି ପରମ୍ପରା: ନିଖୁଣ ତାରକସି କାମରେ ଝଲସିବେ ବାବା ବାଲୁଙ୍କେଶ୍ବର - ଶୀତଳ ଷଷ୍ଠୀରେ ତାରକସି କାରିଗରୀ

ପଶ୍ଚିମ ଓଡିଶା ସମ୍ବଲପୁର ଦେଖିବ କଟକ ତାରକସି । ପ୍ରସିଦ୍ଧ ନନ୍ଦପଡା ବମ ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ଶୀତଳ ଷଷ୍ଠୀ ପୂଜା ପାଇଁ କଟକରେ ଚାଲିଛି ରୂପାର ତାରକସି କାମ । ଅଧିକ ପଢନ୍ତୁ...

ପଶ୍ଚିମ ଓଡିଶା ଦେଖିବ କଟକ ତାରକସି
ପଶ୍ଚିମ ଓଡିଶା ଦେଖିବ କଟକ ତାରକସି
author img

By

Published : Nov 7, 2021, 4:07 PM IST

କଟକ: ପଶ୍ଚିମ ଓଡିଶା ସମ୍ବଲପୁର ଦେଖିବ କଟକ ତାରକସି । ପ୍ରସିଦ୍ଧ ନନ୍ଦପଡା ବମ ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ଶୀତଳ ଷଷ୍ଠୀ ପୂଜାରେ ଝକମକ କରିବ ରୌପ୍ୟ ନଗରୀ ତାରକସିର ଝଲକ । ଏଥିପାଇଁ ପ୍ରସ୍ତୁତିରେ ଲାଗି ପଡିଛନ୍ତି ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପଙ୍କଜ ସାହୁ । ଦିନ-ରାତି ଏକ କରି ତିଆରି କରୁଛନ୍ତି ଭଳିକି ଭଳି ଚାନ୍ଦି ମେଢ । ଦୀର୍ଘଦିନ ହେବ ସେ ଏହି ଟେଣ୍ଡର ପାଇ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ଅଧିକାଂଶ ମେଢ ମଧ୍ୟ ତିଆରି କରିସାରିଲେଣି ।

ପଶ୍ଚିମ ଓଡିଶା ଦେଖିବ କଟକ ତାରକସି

ଆସନ୍ତା ବର୍ଷ ମେ' କିମ୍ବା ଜୁନ୍ ମାସ ମଧ୍ୟରେ ପଡିବ ସମ୍ବଲପୁର ନନ୍ଦପଡା ବମ ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା । ସର୍ବଦା ତାରକସି ପାଇଁ ପ୍ରସିଦ୍ଧ ଥିବା ରୌପ୍ୟ ନଗରୀକୁ ଆସିଛି ପ୍ରଭୁ ବାଲୁଙ୍କେଶ୍ୱରଙ୍କ ଚାନ୍ଦି ମେଢ଼ର ଅର୍ଡର । କଟକ ଡ଼ଗରପଡାରେ ରହୁଥିବା ପଙ୍କଜ ସାହୁ ଏହି ଅର୍ଡର ରଖି କାମ ଜାରି ରଖିଛନ୍ତ, ଯିଏକି ଦିନେ ତାଙ୍କର ସୂକ୍ଷ୍ମ କାରିଗରୀ ପାଇଁ ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନ ପାଇଥିଲେ । ପାଖାପାଖି ୧୦୦ କେଜି ରୂପାରେ ତିଆରି ହେଉଛି ଏହି ମେଢ, ଯାହାର ଆନୁମାନିକ ମୂଲ୍ୟ ୧ କୋଟିରୁ ଅଧିକ ହେବ ।

କୋରୋନା ସମୟରେ ଭଗବାନଙ୍କ ଦର୍ଶନ ମିଳିପାରୁ ନ ଥିଲେ ମଧ୍ୟ ତାଙ୍କ ସେବାର ସୁଯୋଗ ମିଳିଥିବାରୁ ନିଜକୁ ଧନ୍ୟ ମନେ କରିଛନ୍ତି ପଙ୍କଜ । ଏହି ଚାନ୍ଦିମେଢ ମାଧ୍ୟମରେ ଭଗବାନଙ୍କୁ ଭକ୍ତି ଅର୍ପଣ କରିଛନ୍ତି ପଙ୍କଜ ଏବଂ ତାଙ୍କ ପରିବାର । ଅନ୍ୟପଟେ କୋଭିଡ ପାଇଁ କାମ ବନ୍ଦ ରହିଥିବାରୁ ଚିନ୍ତାରେ ଅଛନ୍ତି କାରିଗର । ଯଦି ଏହିପରି ଆଗକୁ କାମ ଆସେ, ତେବେ ସ୍ଥିତିରେ ସୁଧାର ଆସିବ ବୋଲି ପଙ୍କଜଙ୍କ ସାଥୀ କାରିଗର କହିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.