କଟକ: ପୁଣି ଆରମ୍ଭ ହେଲା ଉଚ୍ଛେଦ । ଡ୍ରେନ ଓ ରାସ୍ତାକୁ ଅବରୋଧ କରୁଥିବା ବେଆଇନ ଜବରଦଖଲ ଯେପରିକି ଦୋକାନ, ଘର ଏବଂ ଅନାନ୍ୟ ପ୍ରକଳ୍ପକୁ ଉଚ୍ଛେଦ କରିଛି କଟକ ମହାନଗର ନିଗମର ଏନ୍ଫୋର୍ସମେଣ୍ଟ ବିଭାଗ । ଆଗକୁ ମଧ୍ୟ ଚିହ୍ନଟ ହୋଇଥିବା ସ୍ଥାନଗୁଡିକର ଉଚ୍ଛେଦ ହେବ ବୋଲି କହିଛନ୍ତି ସିଏମସି ଏନ୍ଫୋର୍ସମେଣ୍ଟ ବିଭାଗ ମୁଖ୍ୟ ।
ଗତକାଲି(ବୁଧବାର) ସିଡିଏ, ଏସିବି ମେଡିକାଲ ଓ ପରେ ପରେ ଗୁରୁବାର ଫ୍ରେନ୍ସ କଲୋନୀରେ ଉଚ୍ଛେଦ କରାଯାଇଛି । ପରିବେଶ, ସ୍ଵଚ୍ଛତା ଓ ବର୍ଷା ସମୟରେ ଡ୍ରେନକୁ ସଫା ରଖିବା ପାଇଁ ଏହି ଅଭିଯାନ ଆରମ୍ଭ କରିଛି ସିଏମସି । ତେବେ ଆଗାମୀ କିଛି ଦିନ ମଧ୍ୟରେ କଟକର ପ୍ରମୁଖ ସ୍ଥାନଗୁଡିକରେ ମଧ୍ୟ ଉଚ୍ଛେଦ ପ୍ରକ୍ରିୟା ଜାରିରହିବା ନେଇ କହିଛନ୍ତି ଏନ୍ଫୋର୍ସମେଣ୍ଟ ଅଧିକାରୀ ।
ଇଟିଭି ଭାରତ, କଟକ