କଟକ: ସହରର ପ୍ରମୁଖ ସ୍ଥାନରେ ଉଠାଯିବ ବେଆଇନ ଦୋକାନ । ରାସ୍ତାକୁ ସଙ୍କୁଚିତ କରୁଥିବାରୁ ଏହି ସବୁ ଦୋକାନକୁ ଉଠାଯିବ । ଏହା ବଦଳରେ ସିଏମସି ଭେଣ୍ଡିଂଜୋନ୍ କରିବାର ଯୋଜନା କରୁଛି ।
ରାସ୍ତା ଜାମ ସହ ଗହଳି କରିବାରେ ଅନେକ ବେଆଇନ ଦୋକାନ ଦାୟୀ । ଏନେଇ ସିଏମସି ପୁଣି ତତ୍ପର ହୋଇଛି । ସହରର ପ୍ରମୁଖ କଲେଜ ଛକରୁ ଆରମ୍ଭ ହୋଇଛି ଏହି ଉଚ୍ଛେଦ ପ୍ରକ୍ରିୟା । ଭେଣ୍ଡିଂଜୋନକୁ ଆଖି ଆଗରେ ରଖି ଏପରି ନିଷ୍ପତ୍ତି ନେଇଛି କଟକ ମହାନଗର ନିଗମ ।
କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ