କଟକ: ନିର୍ବାଚନରେ ସଂରକ୍ଷଣ ପ୍ରସଙ୍ଗ ନେଇ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଆସନ୍ତା ଫେବ୍ରୁଆରୀ ମାସରେ ପଞ୍ଚାୟତ ନିର୍ବାଚନ ଓ ଏହାର ୨ ମାସ ପରେ ପୌର ନିର୍ବାଚନ ହେବାର ସମ୍ଭାବନା ରହିଛି । ଏହାକୁ ସମୀକ୍ଷା କରି ବର୍ତ୍ତମାନଠାରୁ ହିଁ ପ୍ରମୁଖ ରାଜନୈତିକ ଦଳମାନେ କାର୍ଯ୍ୟ କରିବା ଆରମ୍ଭ କରିଛନ୍ତି । ଯାହାର ଲୋକ ପ୍ରିୟତା ରହିଛି ନିର୍ବାଚନରେ ସେ ହଁ ଆଗକୁ ବଢ଼ିବ ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ ।
ସଂରକ୍ଷଣ ରହିବା ଓ ନରହିବା ଆଦି ରାଜନୈତିକ ଦଳ ମାନଙ୍କର ଅଙ୍କ କଷା ଚାଲିଛି । ଲୋକପ୍ରିୟତା ବଢ଼ାଇବା ପାଇଁ ଏସବୁ ପଦକ୍ଷେପ ନିଆଯାଉଛି। ପ୍ରତିଟି ବର୍ଗର ଲୋକେ ବିକାଶର ରାଜନୀତି ଚାହୁଁଛନ୍ତି। ମୋଦି ବିକାଶର କଥା କହୁଥିବାରୁ ଲୋକେ ମଧ୍ୟ ଚାହୁଁଥିବା କଥା କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ବର୍ତ୍ତମାନ ପରିସ୍ଥିତି ବଦଳିଛି ଲୋକଙ୍କ ବୁଦ୍ଧି ଉପରେ ଭରଷା ଅଛି ବୋଲି କହିଛନ୍ତି ଭୁବନେଶ୍ବର ସାଂସଦ । ବର୍ତ୍ତମାନ କେବଳ ବିକାଶର ରାଜନୀତି ହେବା ଦରକାର ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ