କଟକ: ଇଟିଭି ଭାରତ ମହାପ୍ରଭାବ । ଗାଡି ଚାଳକଙ୍କୁ ମିଳିଲା ସହାୟତା । ଖବର ପ୍ରସାରଣ ପରେ ସାହାଯ୍ୟର ହାତ ବଢାଇଲା ପ୍ରଶାସନ । ଲଡଡାଉନ ସମୟରେ ନିଜର ବୃତ୍ତି ହରାଇଥିବା କଟକ ସିଡ଼ିଏ ଅଞ୍ଚଳରେ ଥିବା ୧୨୬ ଜଣ ଗାଡି ଚାଳକଙ୍କୁ ସାହାଯ୍ୟ କରିଛି ଜିଲ୍ଲା ପ୍ରଶାସନ ।
ତେବେ ଏହି ଗାଡି ଚାଳକଙ୍କ ସମସ୍ୟା ସମ୍ପର୍କରେ ଗତ ୧୫ ତାରିଖରେ ଆମେ ଖବର ପ୍ରସାରଣ କରିଥିଲୁ । ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଇଛି । କମିଶନରେଟ ପୋଲିସ ପକ୍ଷରୁ ଚାଉଳ, ଡାଲି, ଲୁଣ, ଆଳୁ, ତେଲ, ସାବୁନ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ସେମାନଙ୍କୁ ଯୋଗାଇ ଦିଆଯାଇଛି । ଏନେଇ ଚାଳକ ସଙ୍ଘର ସମସ୍ତ ସଦସ୍ୟ ‘ଇଟିଭି ଭାରତ’କୁ କୃତଜ୍ଞତା ଜଣାଇଛନ୍ତି ।
ସୂଚନା ଯୋଗ୍ୟ ଲକଡାଉନ ଯୋଗୁଁ କଟକର ଗାଡି ଚାଳକଙ୍କ ରୋଜଗାର ବନ୍ଦ ହୋଇ ଯାଇଥିଲା । ଯାହା ଫଳରେ ପରିବାର ପୋଷଣ ପାଇଁ ସେମାନଙ୍କ ଚିନ୍ତା ପଡି ଯାଇଥିଲା । ତେବେ ଏନେଇ ଗତ ୧୫ ତାରିଖରେ ଆମେ ସେମାନଙ୍କ ସମସ୍ୟା ସମ୍ପର୍କରେ ଖବର ପ୍ରସାରଣ କରିଥିଲୁ । ଏହି ଖବରଟି ଜିଲ୍ଲା ପ୍ରଶାସନ ପାଖରେ ପହଞ୍ଚିଲା ପରେ ସେମାନଙ୍କ ପାଇଁ ଅତ୍ୟାବଶ୍ୟକୀୟ ସାମଗ୍ରୀର ତୁରନ୍ତ ବ୍ୟବସ୍ଥା କରିଥିଲା । ଫଳରେ ସେମାନେ ଏବେ ଆଶ୍ବସ୍ଥି ଅନୁଭବ କରିଥିବା ପ୍ରକାଶ କରିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ