ETV Bharat / city

ପଞ୍ଚଭୂତରେ ବିଲୀନ ପାଟରାଣୀ ବୀଣାପାଣି, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ - ପଦ୍ମଶ୍ରୀ ବୀଣାପାଣି ମହାନ୍ତି

ପଞ୍ଚଭୂତରେ ବିଲୀନ ବିଶିଷ୍ଟ ସାହିତ୍ୟିକା, ଔପନ୍ୟାସିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତି । ସତିଚଉରାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ଅଧିକ ପଢନ୍ତୁ

ପଞ୍ଚଭୁତରେ ବିଲୀନ ପାଟରାଣୀ ବୀଣାପଣୀ
ପଞ୍ଚଭୁତରେ ବିଲୀନ ପାଟରାଣୀ ବୀଣାପଣୀ
author img

By

Published : Apr 25, 2022, 1:38 PM IST

Updated : Apr 25, 2022, 2:11 PM IST

କଟକ: ପଞ୍ଚଭୂତରେ ବିଲୀନ ବିଶିଷ୍ଟ ସାହିତ୍ୟିକା, ଔପନ୍ୟାସିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତି । ସତିଚଉରାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପୂର୍ବାହ୍ନ 10ଟା ବେଳେ କଟକ ବାଦାମବାଡ଼ି ଘରୁ ଆସିବା ପରେ ସତିଚଉରା ଶ୍ମଶାନରେ ଅନ୍ତିମ ବିଦାୟ ନେଇଥିଲେ ବୀଣାପାଣି । ପୁତୁରା ବିଶ୍ଵଦାଶ ମହାନ୍ତି ମୁଖାଗ୍ନି ଦେଇଥିବା ବେଳେ ଶେଷକୃତ୍ୟରେ ସାମିଲ ହୋଇଥିଲେ ବହୁ ସାହିତ୍ୟିକ, ରାଜନୈତିକ ଓ ପ୍ରଶାସନିକ ଅଧିକାରୀ ।

ଓଡିଶା କଥା ସାହିତ୍ୟର ସବୁଜ ଅରଣ୍ୟରେ ସେ ଥିଲେ କଥା ସାମ୍ରାଜ୍ଞୀ 'କସ୍ତୁରୀ ମୃଗ' । 85 ବର୍ଷ ବୟସରେ ରବିବାର ତାଙ୍କର ପରଲୋକ ଘଟିଥିଲା । ପଦ୍ମଶ୍ରୀ ବୀଣାପାଣିଙ୍କୁ ଅଶ୍ରୁଳ ବିଦାୟ ଦେଇଛନ୍ତି ରାଜ୍ୟବାସୀ । ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବୀଣାପାଣି ମହାନ୍ତିଙ୍କୁ ଭାରତ ସରକାର ସମ୍ମାନଜନକ 'ପଦ୍ମଶ୍ରୀ' ସମ୍ମାନରେ ସମ୍ମାନିତ କରିଥିଲେ । ଏଥିସହିତ ସେ ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନରେ ସମ୍ମାନିତ ହୋଇଥିଲେ । ତାସହିତ ଶାରଳା ସମ୍ମାନ ଓ ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ ବିଶିଷ୍ଠ ସାହିତ୍ୟିକା ବୀଣାପାଣି ମହାନ୍ତି । ତାଙ୍କ ବିୟୋଗ ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ।

କସ୍ତୁରୀ ମୃଗ, ପାଟଦେଈ, ମନସ୍ବିନୀ, ସବୁଜ ଅରଣ୍ୟ ଭଳି କାଳଜୟୀ ରଚନାର ରଚୟିତା ଥିଲେ ବୀଣାପାଣି ମହାନ୍ତି । ସେ ଥିଲେ ଓଡ଼ିଆ ଶବ୍ଦକୋଷର ଭଣ୍ଡାର ଓ ଜୀବନ ଅନୁଷ୍ଠାନ । ତାଙ୍କ ବିୟୋଗରେ ଓଡ଼ିଆ ସାହିତ୍ୟ ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ସେ ଓଡ଼ିଆ ସାହିତ୍ୟ ଜଗତର ପାଟରାଣୀ ଭାବରେ ପରିଚିତ ଥିଲେ । ୬ ଦଶନ୍ଧୀୀର ଲେଖିକା ଥିଲେ ବିଶିଷ୍ଟ ସାହିତ୍ୟିକା ବୀଣାପାଣି ମହାନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Apr 25, 2022, 2:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.