ETV Bharat / city

ମହାମାରୀ ସହ ଲଢୁଥିଲା ରାଜ୍ୟ, ଚ୍ୟାଲେଞ୍ଜ ହୋଇଥିଲା ଫେକ୍ ଫୋନ କଲ୍ - corona pandemic

104 ଠାରୁ ଆରମ୍ଭ କରି 108, ସେବା ଯୋଗାଇଦେବାକୁ ଦିନରାତି ଅକ୍ଲାନ୍ତ ପରିଶ୍ରମ କରୁଥିଲେ ଜରୁରୀକାଳୀନ ସେବା କର୍ମଚାରୀ । ମାତ୍ର ସରକାରଙ୍କ ଏହି ଅଭିଯାନ ଆଗରେ ଚ୍ୟାଲେଞ୍ଜ ହୋଇ ଠିଆ ହୋଇଥିଲା ଫେକ୍ ଫୋନ୍ କଲ୍ । ଅଧିକ ପଢନ୍ତୁ....

ମହାମାରୀ ସହ ଲଢୁଥିଲା ରାଜ୍ୟ, ଚ୍ୟାଲେଞ୍ଜ ହୋଇ ଠିଆ ହେଲା ଫେକ୍ ଫୋନ୍ କଲ୍

author img

By

Published : Mar 27, 2021, 7:34 PM IST

କଟକ: 2020, ସମଗ୍ର ବିଶ୍ବ ଦେଖିଲା ମହାମାରୀର କରାଳ ରୂପ । ସଂକ୍ରମଣ ଭୟରେ ଲୋକେ ଘରୁ ବାହାରିବାକୁ ଡରିଲେ । ମାତ୍ର କୋରୋନା ସାମ୍ନାରେ ବୀର ଦମ୍ଭରେ ଠିଆ ହୋଇଥିଲେ କୋଭିଡ ଯୋଦ୍ଧା । ସରକାର ମଧ୍ୟ କୋଭିଡ ମୁକାବିଲା ପାଇଁ ସମସ୍ତ ଜରୁରୀକାଳୀନ ସେବାକୁ ସକ୍ରିୟ କରିଥିଲେ । ଲୋକଙ୍କ ସେବାରେ ସରକାରଙ୍କ ଜରୁରୀକାଳୀନ ସେବା ସଦା ସର୍ବଦା ତତ୍ପର ଥିଲା ।

104 ଠାରୁ ଆରମ୍ଭ କରି 108, ସେବା ଯୋଗାଇଦେବାକୁ ଦିନରାତି ଅକ୍ଲାନ୍ତ ପରିଶ୍ରମ କରୁଥିଲେ ଜରୁରୀକାଳୀନ ସେବା କର୍ମଚାରୀ । ମାତ୍ର ସରକାରଙ୍କ ଏହି ଅଭିଯାନ ଆଗରେ ଚ୍ୟାଲେଞ୍ଜ ହୋଇ ଠିଆ ହୋଇଥିଲା ଫେକ୍ ଫୋନ୍ କଲ୍ । କିଛି ଅସାଧୁ ବ୍ୟକ୍ତି ଜରୁରୀକାଳୀନ ସେବାର ମନ ଇଚ୍ଛା ବ୍ୟବହାର କରିଥିଲେ । କିଏ କହୁଥିଲା ‘ଆଇ ଲଭ୍ ୟୁ’ ତ କିଏ କହୁଥିଲା ‘ତମ ପର୍ସନାଲ୍ ନମ୍ବର ଦିଅ’, ଯାହା ଜରୁରୀକାଳିନ ସେବାରେ ନିୟୋଜିତ କର୍ମୀଙ୍କୁ କରିଥିଲା ହତୋତ୍ସାହିତ । ଶୁଣନ୍ତୁ ସେମିତି କିଛି ଫେକ୍ ଫୋନ୍ କଲ୍...

ମହାମାରୀ ସହ ଲଢୁଥିଲା ରାଜ୍ୟ, ଚ୍ୟାଲେଞ୍ଜ ହୋଇଥିଲା ଫେକ୍ ଫୋନ କଲ୍

2013ରୁ ନିରନ୍ତର ସେବା ଯୋଗାଇ ଆସୁଛି 108 ଆମ୍ବୁଲାନ୍ସ ସେବା । ଏହାର ଯେତିକି ସଦୂପଯୋଗ ହେଉଛି, ତାହାର 2 ଗୁଣା ଲୋକେ ଦୁରୂପଯୋଗ କରୁଛନ୍ତି । ଦିନକୁ ଥରେ କି ଦି ଥର ନୁହେଁ ବରଂ 80 ଥର ଫେକ୍ କଲ୍ ଆସିବାର ମଧ୍ୟ ନଜିର ରହିଛି । ଏପରିକି ଜରୁରୀକାଳୀନ ସେବା ନମ୍ବରରେ କଲ୍ କର୍ମଚାରୀଙ୍କୁ ଗାଳି ଗୁଲଜ କରିବା ଶୁଣିବାକୁ ମିଳିଥିଲା । ଏପଟେ ପ୍ରୋଟୋକଲ୍ ଅନୁସାରେ ଫେକ୍ କଲକୁ ବ୍ଲକ କରିବାକୁ ବି ଅନୁମତି ନାହିଁ, ଫଳରେ ସବୁ ସହି ଶୁଣି ସେବା ଯୋଗାଦେଉଥିଲେ କର୍ମଚାରୀ । ସେପଟେ 108 ଭଳି 104 ବି ସମାନ ସ୍ଥିତି..କୋଭିଡ ସ୍ବାସ୍ଥ୍ୟ ସେବା ପାଇଁ ଗଠନ କରାଯାଇଥିବା ଜରୁରୀକାଳୀନ ସେବା ନମ୍ବରକୁ ଲୋକେ ଅପବ୍ୟବହାର କରିବାକୁ ବି ପଛାଇ ନଥିଲେ ।

ଲୋକଙ୍କ ସେବା ପାଇଁ ରାଜ୍ୟ ସରକାର ସର୍ବଦା ଜରୁରୀକାଳୀନ ନମ୍ବରକୁ ଅଧିକ ପ୍ରାଧାନ୍ୟ ଦେଇଛନ୍ତି, ଯେପିରି ଗୋଟିଏ କଲରେ ରାଜ୍ୟବାସୀ ସମସ୍ତ ସୁବିଧା ପାଇପାରିବେ । ଖାସ୍ ସେଥିପାଇଁ ମୁଖ୍ୟମନ୍ତ୍ରୀ ଗୋଟିଏ ଜରୁରୀକାଳୀନ ନମ୍ବର 112ର ପ୍ରଚଳନ କରିଛନ୍ତି କିନ୍ତୁ ଏପରି ଅସାଧୁ ବ୍ୟକ୍ତିଙ୍କ ପାଇଁ ଅସଲ ହିତାଧୀକାରୀଙ୍କ ପାଖରେ ପହଞ୍ଚିପାରୁନି ସେବା ।

ତେବେ ସରକାରଙ୍କୁ ଏହି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.