ETV Bharat / city

ଫସଲ ଉଜାଡୁଛି ହାତୀ, ଚିନ୍ତାରେ ଚାଷୀ

author img

By

Published : Nov 18, 2021, 7:33 PM IST

କଟକ ଚୌଦ୍ବାର ବ୍ଲକର ବିଭିନ୍ନ ପଞ୍ଚାୟତରେ ଦେଖିବାକୁ ମିଳିଛି ହାତୀ ଉପଦ୍ରବ । ଏନେଇ ଚାଷୀମାନେ ଚିନ୍ତାରେ ଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

ଫସଲ ଉଜାଡୁଛି ହାତୀ, ଚିନ୍ତାରେ ଚାଷୀ
ଫସଲ ଉଜାଡୁଛି ହାତୀ, ଚିନ୍ତାରେ ଚାଷୀ

କଟକ: ଗତ କିଛିଦିନ ହେବ ଟାଙ୍ଗୀ ଚୌଦ୍ଵାର ବ୍ଲକର ବିଭିନ୍ନ ପଞ୍ଚାୟତରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ବ୍ଲକର ସଫା କରଞ୍ଜି ମଙ୍ଗରାଜପୁର, ମହିଂସାଲଣ୍ଡା ଆଦି ପଞ୍ଚାୟତରେ ଥିବା ଧାନ କ୍ଷେତକୁ 17 ହାତୀପଲ ପଶି ବ୍ୟାପକ ଫସଲ ନଷ୍ଟ କରିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଫସଲ ଉଜାଡୁଛି ହାତୀ, ଚିନ୍ତାରେ ଚାଷୀ

କଟକ ବନଖଣ୍ଡ ଡାଲି ଯୋଡା ରେଞ୍ଜର ବିଭିନ୍ନ ଜଙ୍ଗଲରୁ ହାତୀପଲ ମାନ ଆସି ଅମଳ ହେବାକୁ ଥିବା ଫସଲ ନଷ୍ଟ କରୁଛନ୍ତି । ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ପରେ ଧାନରେ ଚକଡ଼ା ପୋକ ଲାଗି ଧାନ ଗଛ ନଷ୍ଟ ହେଉଥିବାବେଳେ ଏବେ ଯାହା କିଛି ଫସଲ ଅମଳ ଲାଗି ବାକି ଅଛି ତାହା ହାତୀ ପେଟକୁ ଚାଲିଯାଉଛି । ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ସହ ଏ ସଂକ୍ରାନ୍ତରେ ବନବିଭାଗକୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନି ।

ଯଦି ହାତୀର ଗତିବିଧି ଉପରେ ସଠିକ୍ ନଜର ରଖାଯାଇ ହାତୀ କେଉଁ ଦିଗକୁ ଯାଉଛି ଏ ସମ୍ବନ୍ଧରେ ଚାଷୀଙ୍କୁ ସୂଚନା ଦିଆଯାଆନ୍ତା ତେବେ ଚାଷୀମାନେ ହାତୀ ଘଉଡାଇବାରେ ସହଯୋଗ କରନ୍ତେ ବୋଲି କହିଛନ୍ତି । ଏତଦବ୍ୟତୀତ କ୍ଷତି ହୋଇଥିବା ଫସଲର ସଠିକ୍ ଆକଳନ କରି ବନ ବିଭାଗ କ୍ଷତିପୂରଣ ଦେବାକୁ ଚାଷୀମାନେ ନିବେଦନ କରିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.