କଟକ: ପୁଣି 11 କେଭି ବିଦ୍ୟୁତ ନେଲା ଜୀବନ । ଚୌଦ୍ୱାର ଅଞ୍ଚଳରେ ୧୧ କେଭି ଲାଇନ ଖୁଣ୍ଟରେ କାର୍ଯ୍ୟ କରୁଥିବା ବେଳେ ହଠାତ ଲାଇନ ଚାର୍ଜ ହୋଇଯିବା ଫଳରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଲାଇନ ମ୍ୟାନଙ୍କର ମୃତ୍ୟୁ ଘଟିଛି । ଏହାସହ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି ।
ଉଭୟଙ୍କୁ କଟକ ବଡ଼ ମେଡିକାଲ ଅଣାଯାଇଛି । ତେବେ ଏହା କିପରି ଘଟିଲା ତାକୁ ନେଇ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ପୋଲିସ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ