ETV Bharat / city

CMC Election: ସ୍ୱାଧୀନ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର ମାମଲା, ତଦନ୍ତ ଚାଲିଛି କହିଲେ ନିର୍ବାଚନ ଅଧିକାରୀ

author img

By

Published : Mar 15, 2022, 9:53 PM IST

ମହାନଗର ନିଗମର ୩୯ ନମ୍ବର ୱାର୍ଡ ସ୍ୱାଧୀନ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାରକୁ ନେଇ ଚର୍ଚ୍ଚା ଜୋର ଧରିଛି । କିଏ ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲା ? ନିର୍ବାଚନ ପରିଚାଳନା କରୁଥିବା ଅଧିକାରୀମାନେ ଜାଣି ପାରିଲେନି କେମିତି ? ଅଧିକ ପଢ଼ନ୍ତୁ

CMC Election: ସ୍ୱାଧୀନ ପାର୍ଥୀଙ୍କ ପାର୍ଥୀପତ୍ର ପ୍ରତ୍ୟାହାର ମାମଲା,ତଦନ୍ତ ଚାଲିଛି କହିଲେ ନିର୍ବାଚନ ଅଧିକାରୀ

କଟକ: ମହାନଗର ନିଗମର ୩୯ ନମ୍ବର ୱାର୍ଡ ସ୍ୱାଧୀନ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାରକୁ ନେଇ ଚର୍ଚ୍ଚା ଜୋର ଧରିଛି । କିଏ ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲା ? ନିର୍ବାଚନ ପରିଚାଳନା କରୁଥିବା ଅଧିକାରୀମାନେ ଜାଣି ପାରିଲେନି କେମିତି ? ଯଦିଓ ସମ୍ପୃକ୍ତ ପାର୍ଥୀଙ୍କ ପ୍ରାର୍ଥୀପତ୍ର କାୟମ ରହିଛି ତେବେ କିଏ ଏବଂ କାହିଁକି ଚଞ୍ଚକତା କରି ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଲା ? ଏହି ଘଟଣାରେ ପ୍ରାର୍ଥୀଙ୍କ ପରିବାର ଲୋକ ଆନ୍ଦୋଳନ କରିବାପରେ ସିସିଟିଭି ଯାଞ୍ଚ କରିଥିଲେ ନିର୍ବାଚନ ପରିଚାଳନା କରୁଥିବା ଅଧିକାରୀ ।

CMC Election: ସ୍ୱାଧୀନ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର ମାମଲା, ତଦନ୍ତ ଚାଲିଛି କହିଲେ ନିର୍ବାଚନ ଅଧିକାରୀ

ସେଥିରେ ପ୍ରାର୍ଥୀ ଅନୁପସ୍ଥିତ ଥିବାର ସ୍ପଷ୍ଟ ଜଣାପଡିଥିଲା । ଅର୍ଥାତ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାକୁ ପ୍ରାର୍ଥୀ ଜଣକ ଆସିନଥିଲେ । ତେବେ ଏବେ ପ୍ରଶ୍ନ ଉଠିଛି କିଏ ଏବଂ କାହିଁକି ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିଲେ ? ଅଧିକାରୀ ମାନେ ଜାଣି ପାରିଲେନି କେମିତି ? ନିୟମ ଅନୁଯାୟୀ ପ୍ରତ୍ୟାହାର ସମୟରେ ପ୍ରାର୍ଥୀ ଉପସ୍ଥିତ ରହିବେ । ତେବେ ଏନେଇ ଅଧିକାରୀମାନେ ସଠିକ ଯାଞ୍ଚ କିପରି କରିନଥିଲେ ?

ଏନେଇ ପ୍ରତିକ୍ରିୟା ରଖିଛନ୍ତି ନିର୍ବାଚନ ଅଧିକାରୀ । ସମସ୍ତ ବିଷୟରେ ପୁଙ୍ଖାନୁପୁଙ୍ଖ ତର୍ଜମା କରି ପ୍ରାର୍ଥୀପତ୍ର କାୟମ ରଖାଯାଇଥିଲା । ତେବେ ଯିଏ ଏପରି ଚଞ୍ଚକତା କରି କାର୍ଯ୍ୟ କରିଥିବ ତାହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ ଥାନାରେ ମାମଲା ମଧ୍ୟ ରୁଜୁ କରାଯିବ । ଏନେଇ ତଦନ୍ତ କରାଯାଉଛି ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.