ETV Bharat / city

କୋରୋନା ପାଇଁ ଫିକା ପଡିବ ଇଦ-ଉଲ୍‌-ଜୁହା, ମସଜିଦ୍‌ରେ ରହିବେ 15 ପ୍ଲାଟୁନ ପୋଲିସ - କଟକ ଖବର

କୋରୋନା ପାଇଁ ଫିକା ପଡିବ ପବିତ୍ର ଇଦ୍‌-ଉଲ୍‌-ଜୁହା । କୌଣସି ମୁସଲିମ ଶ୍ରଦ୍ଧାଳୁ ମସଜିଦ ଯାଇ ସମୂହ ନମାଜ ପାଠ କରିପାରିବେନାହିଁ । ଏଥିପାଇଁ ଶନିବାର କଟକ ସହର ପ୍ରତ୍ୟେକ ମସଜିଦ୍ ଆଗରେ ୧୫ ପ୍ଲାଟୁନ ପୋଲିସ ନିୟୋଜିତ ରହିବେ ବୋଲି ସୂଚନା ଦେଲେ ଡିସିପି ।

Eid-ul-Zuha will fade for Corona
କୋରୋନା ପାଇଁ ଫିକା ପଡିବ ଇଦ-ଉଲ୍‌-ଜୁହା, ମସଜିଦ୍‌ରେ ରହିବେ 15 ପ୍ଲାଟୁନ ପୋଲିସ
author img

By

Published : Jul 31, 2020, 5:32 PM IST

କଟକ: ରାତି ପାହିଲେ ପବିତ୍ର ଇଦ୍-ଉଲ୍-ଜୁହା । ଭାରତର କୋଣ ଅନୁକୋଣରେ ବସବାସ କରୁଥିବା ପ୍ରତ୍ୟେକ ମୁସଲମାନ ଭାଇଭଉଣୀଙ୍କ ପାଇଁ ଏହା ଏକ ପବିତ୍ର ଦିନ । ଭାଇଚାରାର ଏହି ପବିତ୍ର ଦିନରେ ମୁସଲମାନ ଭାଇମାନେ ପରସ୍ପରକୁ ଶୁଭେଚ୍ଛା ଜଣାଇବା ସହ ମସଜିଦ୍‌ରେ ସମୂହ ନମାଜ ପାଠ କରିଥାନ୍ତି । ଓଡିଶା ତଥା କଟକ ସହରରେ ମଧ୍ୟ ଏହି ପର୍ବକୁ ବେଶ ଆଡମ୍ବର ସହକାରେ ପାଳନ କରାଯାଇଥାଏ । କିନ୍ତୁ ଚଳିତବର୍ଷ କୋରୋନା ମହାମାରୀ ଯୋଗୁଁ ଏହି ପର୍ବ ଫିକା ପଡିବ ।

କୋରୋନା ପାଇଁ ଫିକା ପଡିବ ଇଦ-ଉଲ୍‌-ଜୁହା, ମସଜିଦ୍‌ରେ ରହିବେ 15 ପ୍ଲାଟୁନ ପୋଲିସ

କୋରୋନା ଭୂତାଣୁ ପାଇଁ ମସଜିଦରେ ସମୂହ ନମାଜ ପାଠ ଉପରେ କଟକଣା ଜାରି କରାଯାଇଛି । କୌଣସି ମୁସଲିମ ଶ୍ରଦ୍ଧାଳୁ ମସଜିଦ ଯାଇ ସମୂହ ନମାଜ ପାଠ କରିପାରିବେନାହିଁ । ଘରେ ରହି ଏହି ପର୍ବ ପାଳନ କରିବେ । ଏଥିପାଇଁ ଶନିବାର କଟକ ସହର ପ୍ରତ୍ୟେକ ମସଜିଦ୍ ଆଗରେ ୧୫ ପ୍ଲାଟୁନ ପୋଲିସ ନିୟୋଜିତ ରହିବେ । ଶୁକ୍ରବାର ଗଣମାଧ୍ୟମରେ କଟକ ଡିସିପି ପ୍ରତୀକ ସିଂ ଏ ନେଇ ସୂଚନା ଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.