ETV Bharat / city

କାମ ଦେଲାନି ECMO ଚିକିତ୍ସା, SCBରେ ଆଉ ଜଣେ ରୋଗୀଙ୍କ ମୃତ୍ୟୁ

ଏସସିବି ଇକମୋ ୟୁନିଟରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ରୋଗୀଙ୍କ ମୃତ୍ୟୁ । ପୂର୍ବରୁ ୪ ଜଣଙ୍କର ମୃତ୍ୟୁ ହୋଇଥିଲା । ଅଧିକ ପଢନ୍ତୁ...

author img

By

Published : Oct 1, 2021, 11:58 AM IST

କାମ ଦେଲାନି ECMO ଚିକିତ୍ସା, SCBରେ ଆଉ ଜଣେ ରୋଗୀଙ୍କ ମୃତ୍ୟୁ
କାମ ଦେଲାନି ECMO ଚିକିତ୍ସା, SCBରେ ଆଉ ଜଣେ ରୋଗୀଙ୍କ ମୃତ୍ୟୁ

କଟକ: ଏସସିବିରେ ଫେଲ୍ ମାରୁଛି ECMO ଚିକିତ୍ସା । ଏସସିବି ECMO ୟୁନିଟରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି । ମୃତକ ମେଡିକାଲର ନ୍ୟୁରଲୋଜି ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ଅଶୋକ ମଲ୍ଲିକଙ୍କ ଏକମାତ୍ର ପୁଅ ଚର୍ଚ୍ଚିତ ମଲ୍ଲିକ(୧୮) । ଗତ ୨୫ ତାରିଖରେ ସେ ଏସସିବିରେ ଭର୍ତ୍ତି ହୋଇଥିଲେ । ହୃତଘାତରେ ତାଙ୍କର ଆଜି ସକାଳୁ ମୃତ ଘଟିଛି ।

ପୂର୍ବରୁ ECMO ୟୁନିଟରେ ଭର୍ତ୍ତି ହୋଇଥିବା ୪ ଜଣଙ୍କର ମୃତ୍ୟୁ ହୋଇଥିଲା । ଏବେ ଆଉ ଜଣେ ରୋଗୀ ECMO ୟୁନିଟରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ।

ଉଲ୍ଲେଖଯୋଗ୍ୟ, ଗତ ଅଗଷ୍ଟ ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବ ଭାରତର ସବୁଠାରୁ ବୃହତ୍ତର ଏବଂ ମାଗଣା ECMO ୟୁନିଟ ଏସସିବିରେ ଉଦଘାଟନ କରିଥିଲେ । ଏସସିବି କାଡିଓଥେରାସିସ୍ ବିଭାଗରେ ୯ଟି ECMO ମେସିନ୍ ବସାଯାଇ ଥିବାବେଳେ ୬ଟି ଅଣକୋରୋନା ରୋଗୀଙ୍କ ପାଇଁ ଏବଂ ୩ଟି କୋରୋନା ରୋଗୀଙ୍କ ପାଇଁ ଚିକିତ୍ସା ବ୍ୟବସ୍ଥା କରାଯାଇଥିଲା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.