କଟକ: ଦୁଷ୍ମନ୍ତ ଦାସ ଆତ୍ମହତ୍ୟା ଘଟଣା । ଆଜି ଥାନାରେ ତଥାକଥିତ ଓ୍ବେବ ପୋର୍ଟାଲର ୨ ସାମ୍ବାଦିକ ହାଜର ହୋଇଛନ୍ତି । ତେବେ ଜେରା ପାଇଁ ମଙ୍ଗଳବାର ସମନ ଜାରି କରିଥିଲା କଟକ ମଙ୍ଗଳାବାଗ ପୋଲିସ।
ସୂଚନାନୁସାରେ ଦୁଷ୍ମନ୍ତଙ୍କ ଆତ୍ମହତ୍ୟା ଘଟଣାରେ ଖବର ପ୍ରସାରଣରେ ଉଭୟଙ୍କ ଭୂମିକାକୁ ନେଇ ଜେରା ଆରମ୍ଭ କରିଛି ପୋଲିସ। ଗତ ୮ ତାରିଖରେ ବିଧାନ ସଭା ସମ୍ମୁଖରେ ବିଷ ପିଇବା ସହ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ ଦୁଷ୍ମନ୍ତ । ପରେ କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।
କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ