ETV Bharat / city

ଚାନ୍ଦିରେ ଚମକୁଛନ୍ତି ମା’... ମଣ୍ଡପରେ ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ - durga puja preparation in cuttack

ଶୁକ୍ରବାର ମୃଣ୍ମୟୀ ଦେବୀ ପୀଠରେ ଷଷ୍ଠୀପୂଜା ହେବ । ଏହା ପୂର୍ବରୁ ମଣ୍ଡପ ଗୁଡିକରେ ଚାନ୍ଦି କାମ ସମାପ୍ତ ହୋଇଛି ।

ଷଷ୍ଠୀ ପୂଜା ପାଇଁ ସରିଲା ଚାନ୍ଦି କାମ
author img

By

Published : Oct 3, 2019, 6:58 PM IST

Updated : Oct 3, 2019, 8:19 PM IST

କଟକ: ମୃଣ୍ମୟୀ ଦେବୀଙ୍କ ଷଷ୍ଠୀ ପୂଜା ପାଇଁ ଚଳଚଞ୍ଚଳ ପୂଜାମଣ୍ଡପ । ଶୁକ୍ରବାର ମଣ୍ଡପରେ ହେବ ମା’ ଜଗତ ଜନନୀ ଦୁର୍ଗାଙ୍କ ଷଷ୍ଠୀ ପୂଜା । ଏହା ପୂର୍ବରୁ ଗୁରୁବାର ସମାପ୍ତ ହୋଇଛି ମୃଣ୍ମୟୀ ଦେବୀଙ୍କ ଚାନ୍ଦି କାମ । ଅକ୍ଲାନ୍ତ ପରିଶ୍ରମ ପରେ ମାଆଙ୍କ ଦେହରେ ଛାଉଣୀ ହୋଇଛି ମାଳମାଳ ଚାନ୍ଦି । ଯାହା ଭକ୍ତଙ୍କ ମନକୁ ବେଶ ଛୁଇଁବ ବୋଲି କହିଛନ୍ତି ପୂଜା କମିଟି ।

ଷଷ୍ଠୀ ପୂଜା ପାଇଁ ସରିଲା ଚାନ୍ଦି କାମ

ଅନ୍ୟପଟେ ମାଙ୍କୁ ଚାନ୍ଦିରେ ଛାଉଣୀ କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିଛନ୍ତି କାରିଗର । ବିଭିନ୍ନ ପ୍ରକାର ଚାନ୍ଦି ଅଳଙ୍କାରରେ ମାଙ୍କୁ ସୁସଜ୍ଜିତ କରାଯାଇଛି । ଦିନରାତି ଏକ କରି ମା ଦୁର୍ଗା ଓ ପାର୍ଶ୍ବ ଦେବାଦେବୀଙ୍କୁ ଚାନ୍ଦି ଅଳଙ୍କାରରେ ସଜ୍ଜିତ କରାଯାଇଛି । ଚଳିତବର୍ଷ ମଣ୍ଡପ ଗୁଡିକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବା ନେଇ ଆଶାବାଦୀ ଥିବା କହିଛନ୍ତି ବିଭିନ୍ନ ପୂଜା କମିଟି କର୍ତ୍ତୃପକ୍ଷ । ତେବେ କଟକରେ 27ଟି ଚାନ୍ଦି ମେଢ଼ କରାଯାଇଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ପାର୍ବଣ ର ଋତୁ ଆସିଛି । ମାଆ ଜଗତଜନନୀ ମା ଦୁର୍ଗା ମଧ୍ୟ ଧରା ଅଵତରଣ କରି ସାରିଲେଣି । ମାଆ ଙ୍କ ସମସ୍ତ ପୃସ୍ତୁତି କାର୍ଯ୍ୟ ଶେଷ ହୋଇଛି । ଷଷ୍ଠୀ ପୂଜା ଆସନ୍ତାକାଲି ଅନୁଷ୍ଟିତ ହେବାନେଇ ବାକି ଥିବା ଚାନ୍ଦି କାମ ଓ ମେଢ଼ କାମ ମଧ୍ୟ ଶେଷ ହୋଇଛି । ଅକ୍ଲାନ୍ତ ପରିଶ୍ରମ ପରେ ମାଆ ଙ୍କୁ ଦେହରେ ଛାଉଣୀ ହୋଇଛି ମାଳ ମାଳ ଚାନ୍ଦି । ଯାହା ଭକ୍ତଂକ ମନକୁ ବେଶ ଛୁଇଁବ ବୋଲି କହିଛନ୍ତି ପୂଜା କମିଟି ।

Body:ଭିଓ୧: ଆସନ୍ତା କାଲି ହେବ ମା ଦୁର୍ଗାଙ୍କ ଷଷ୍ଠୀ ପୂଜା । ଏନେଇ ସମସ୍ତ ପୃସ୍ତୁତି ଶେଷ ଶେଷ ହୋଇଛି । କେତେ ଶୀଘ୍ର ମାଆ ଙ୍କ ପୂଜା ଆସି ଯାଉଛି ତାହା ଜଣା ପଡୁନି ଆସନ୍ତାକାଲିଠୁ ବାଉନ ବଜାର ଟେପନ ଗଳି ରେ ମାଆ ହେବେ ଚଳ ପ୍ରଚଳ । କାରଣ ଉଠିବ ଓ ପଡିବ ଭାଇଚାରା ର ସହର କଟକ ।

ବାଇଟ: କିଶୋର ବେହେରା ( ଶେଖ ବଜାର ପୂଜା ମଣ୍ଡପ ସମ୍ପାଦକ )

ଭିଓ୨: ଅନ୍ୟପଟେ ମାଆ ଙ୍କ ପ୍ରସ୍ତୁତ ରେ ଚଳିତ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡିଛି । ମାଆ ଙ୍କ ଅଭୂଷଣ ରେ 70 କେଜି ଚାନ୍ଦି ର ପ୍ରୟୋଗ ହୋଇଛି । ଦିନ ରାତି ଏକ କରି ମାଆ ଓ ପାର୍ଶ୍ଵ ଦେବା ଦେବୀ ଙ୍କୁ ଚାନ୍ଦି ରେ ଛାଉଣୀ କରିଛନ୍ତି କାରୀଗର । ତେବେ ଚଳିତବର୍ଷ ପୂଜାରେ ମାଆ ଙ୍କୁ ଦେଖିବପାଇଁ ଅଧିକ ସଂଖ୍ୟକ ଭକ୍ତ ଙ୍କ ଭିଡ଼ ହେବାନେଇ ଆଶାବାଦୀ ରହିଛି ସମସ୍ତ ପୂଜା କମିଟି ।

ବାଇଟ: ଅକ୍ଷୟ କୁମାର ସାହୁ ( କଲେଜ ଛକ ପୂଜା କମିଟି ସଦସ୍ୟ)

Conclusion:ଫାଭିଓ: ଚଳିତବର୍ଷ ଦୁର୍ଗାପୂଜା ରେ କଟକ ରେ ଝଲସିବ 27 ଚାନ୍ଦି ମେଢ଼ । ଯାହାର ଭର ପୁର ମଜା ଉଠାଇବେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁ ।

କଟକ ରୁ ପ୍ରଭୁ କଲ୍ୟାଣ ପାଲ ଈଟିଭି ଭାରତ
Last Updated : Oct 3, 2019, 8:19 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.