କଟକ: ନକଲି ମେଡିସିନ ଦୋକାନ ଉପରେ ଚଢାଉ । କଟକ କନିକା ଛକରେ ଥିବା ମେଡ଼ିସିନ ହୋଲସେଲର ଗୋଦାମ ଉପରେ ଜିଲ୍ଲା ଡ୍ରଗ ଡିପାର୍ଟମେଣ୍ଟର ଚଢ଼ାଉ । ଲକ୍ଷାଧିକ ଟଙ୍କାର ନକଲି କୋରୋନା ଔଷଧ ଜବତ ।
କୌଣସି ସୂତ୍ରରୁ ଖବର ପାଇଁ କଟକ କନିକାଛକ ନିକଟରେ ଥିବା ଏକ ମେଡ଼ିସିନ ହୋଲସେଲର ଗୋଦାମରେ ଜିଲ୍ଲା ଡ୍ରଗ ଡିପାଟମେଣ୍ଟ ଚଢ଼ାଉ କରିଥିଲା । 69 ଲକ୍ଷ ଟଙ୍କାର ନକଲି କୋରୋନାର ଔଷଧ ଜବତ କରାଯାଇଛି । ଉତ୍ତରପ୍ରଦେଶର ମାକ୍ସ ରିଲିଫ ହେଲଥ କେୟାର ନାମକ କମ୍ପାନୀରୁ ଏହି ଔଷଧ ଆସୁଥିଲା। ହୋଲସେଲର ବିରୁଦ୍ଧରେ ଡ୍ରଗ ଆଣ୍ଡ କସମେଟିକ ଆଇନ ମୁତାବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ହୋଲସେଲର ବିରୁଦ୍ଧରେ ଡ୍ରଗ ଆଣ୍ଡ କସମେଟିକ ଆଇନ ମୁତାବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡ୍ରଗ ଇନ୍ସପେକ୍ଟର ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି । ଏହି ରେଡ଼ରେ ଜୋନ 2 ର ଇନ୍ସପେକ୍ଟର ସୁଶାନ୍ତ କୁମାର ସାହୁ ଓ ଗ୍ରାମାଞ୍ଚଳ ସୁଜାତା ଆଚାର୍ଯ୍ୟ ସାମିଲ ହୋଇଥିଲେ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ