କଟକ: ମାହାଙ୍ଗାରେ ଲଘୁଚାପ ଜନିତରୁ ସୃଷ୍ଟି ହୋଇଥିବା କୁତ୍ରିମ ବନ୍ୟାର ପରିଦର୍ଶନ କଲେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ । ବିଶେଷକରି ଚାଷ ଜମି ଅଞ୍ଚଳ ଜଳମଗ୍ନ ଥିବାରୁ କିପରି ଭାବରେ ଚାଷୀମାନଙ୍କୁ ଭରଣପୋଷଣ କରାଯିବ । ଏହାଛଡା ଯେତିକି ଫସଲ ନଷ୍ଟ ହୋଇଛି, ତାହାର ମଧ୍ୟ ଆକଳନ ମଧ୍ୟ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ।
ଏହାଛଡା ଯେଉଁମାନେ ତଳିଆ ଅଞ୍ଚଳରେ ରହୁଛନ୍ତି, ସେମାନଙ୍କୁ ଶୀଘ୍ର ଉଚ୍ଚ ସ୍ଥାନକୁ ଅଣାଯିବ । ଯାହା ଫଳରେ ଅନେକ ଅଧକାରୀଙ୍କ ସହ ଆଲୋଚନା କରିଥିଲେ ଭବାନୀ ଶଙ୍କର ଚୟିନୀ । ତେବେ ଏହି ଗସ୍ତ ନିଶ୍ଚୟ ରୂପରେ ଅଞ୍ଚଳବାସୀଙ୍କ ପାଇଁ ଶୁଭ ସଙ୍କେତ ବୋଲି ଆଶା ବାନ୍ଧି ବସିଛନ୍ତି ସମସ୍ତେ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ