କଟକ: ମାହାଙ୍ଗାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ପରିବାରକୁ ଭେଟି ସାନ୍ତ୍ବନା ଦେଲେ ଧର୍ମେନ୍ଦ୍ର । ଶୋକ ସଭାରେ ସାମିଲ ହୋଇ ଉଭୟଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି ସେ । ଧର୍ମେନ୍ଦ୍ରଙ୍କ ସହ ଲେଖାଶ୍ରୀ ସାମନ୍ତରାୟ ଓ ପ୍ରକାଶ ମିଶ୍ର ମଧ୍ୟ ଶୋକସଭାରେ ଯୋଗ ଦେଇଥିଲେ ।
ତେବେ ମାହାଙ୍ଗା ହତ୍ୟାକାଣ୍ଡ ଘଟଣା ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଜଣା ଯାଇଛି ବୋଲି ସେ କହିଛନ୍ତି। ଏହାସହ ବିଜେପି ପକ୍ଷରୁ ପୁଣି ଥରେ ପୋଲିସ ଡିଜିଙ୍କୁ ମୃତକଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦିଆଯିବା ନେଇ ଭେଟିବେ ବୋଲି କହିଛନ୍ତି । ମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ, ହତ୍ୟାକାଣ୍ଡରେ ଯେଉଁ ମନ୍ତ୍ରୀଙ୍କ ନାଁ ଉଠୁଛି ସେ ଅହଂକାର ପରିତ୍ୟାଗ କରନ୍ତୁ । ବୈଷ୍ଣବ ପାଣିଙ୍କ ଜନ୍ମ ସ୍ଥାନ ଏବେ ଦୁର୍ନୀତିର ସ୍ଥାନ ପାଲଟିଛି । ମୃତ କୁଳମଣିଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ଓ ଦୁର୍ନୀତି ବିରୁଦ୍ଧରେ ସ୍ବର ଉଠାଇ କୁଳମଣିଙ୍କ ପ୍ରାଣ ଯାଇଛି ବୋଲି ସେ ଦାବି କରିଛନ୍ତି ।
କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ