କଟକ: ସିଲଭର ସିଟିରେ ଫିକା ପଡିଲା ଧନତେରାସ । କୋଭିଡ଼ ପାଇଁ ସବୁ ଯୋଜନା ପଣ୍ଡ । ସୁନା ବ୍ୟବସାୟୀଙ୍କ ଯୋଜନାରେ ପାଣି ପୁରାଇ ଦେଲା କୋରୋନା । ଭରି 51 ହଜାର ଥିବା ସତ୍ତ୍ବେ ଦୋକାନ କି ମଲରେ ନାହାନ୍ତି ଗ୍ରାହକ ।
ପ୍ରତି ବର୍ଷ ଏହି ଦିନକୁ ଚାତକ ପରି ଚାହିଁ ରହିଥାନ୍ତି ଗ୍ରାହକ । କାରଣ ଆଜିର ଦିନରେ ସୁନା କିଣିଲେ ମା ଲକ୍ଷ୍ମୀ ଘରେ ପ୍ରବେଶ କରିଥାନ୍ତି ବୋଲି ବିଶ୍ବାସ ରହିଛି । ହେଲେ କୋଭିଡ ପାଇଁ ବ୍ୟବସାୟ ପୁରା ମାନ୍ଦା । ଯେତିକି ଧନତେରସ ପାଇଁ ମାଲ କିଣା ଯାଇଥିଲା ସେହି ଅନୁସାରେ ବିକ୍ରି ହେଉନି । ଯାହା ପାଇଁ କ୍ଷତି ସହୁଛନ୍ତି ବ୍ୟବସାୟୀ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ