କଟକ: ଲକ୍ଷେ ଟଙ୍କା ଲାଞ୍ଚ ନେବା ପଡିଲା ମହଙ୍ଗା । ନିଲମ୍ବିତ ହେଲେ ମାଲକାନଗିରି ଆଇଆଇସି । ଆଇଆଇସି ରଞ୍ଜନ କୁମାର ସାହୁଙ୍କୁ ନିଲମ୍ବନ କଲେ ପୁଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା ।
ସୂଚନା ଥାଉକି, ଗୋଟିଏ ମାମଲାର ରଫାଦଫା କରିବା ପାଇଁ ଗଞ୍ଜାମ ବ୍ରହ୍ମପୁର ଅଞ୍ଚଳର ବିଦ୍ୟୁତ ଚରଣ ଦାଶଙ୍କ ଠାରୁ ୧ ଲକ୍ଷ ଟଙ୍କା ଦାବି କରିଥିଲେ । ତେବେ ଏନେଇ ବିଦ୍ୟୁତ ଭିଜିଲାନ୍ସ ବିଭାଗକୁ ସୂଚନା ଦେଇଥିଲେ ।
ପରେ ଆଇଆଇସିଙ୍କୁ ରେଡ୍ ହ୍ୟାଣ୍ଡରେ ଧରିବା ପାଇଁ ଭିଜିଲାନ୍ସ ଯୋଜନା କରି ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଆଇଆଇସିଙ୍କୁ ଗିରଫ କରିଥିଲା । ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ