ETV Bharat / city

କୋରୋନା ଯୋଧ୍ୟାଙ୍କ ପରିବାର ଓ ଦକ୍ଷ ପୋଲିସ କର୍ମଚାରୀଙ୍କୁ ଡିଜିପିଙ୍କ ଡିସ୍କ ପ୍ରଦାନ

author img

By

Published : Apr 4, 2021, 8:37 PM IST

ପୋଲିସ ଡିଜି ଅଭୟଙ୍କ ଉପାନ୍ତ ଅଞ୍ଚଳର 3 ଜିଲ୍ଲା ଗସ୍ତ । ମାଓ ଦମନ ନେଇ ରଣନୀତି କଲେ ପ୍ରସ୍ତୁତ । ଅଧିକ ପଢନ୍ତୁ.....

କରୋନା ଯୋଧ୍ୟାଙ୍କ ପରିବାର ଓ ଦକ୍ଷ ପୋଲିସ କର୍ମଚରିଙ୍କୁ ଡିଜିପିଙ୍କ ଡିସ୍କ ପ୍ରଦାନ

କଟକ: ପୋଲିସ ଡିଜି ଅଭୟଙ୍କ ଆଜି(ରବିବାର) ମାଲକାନଗିରି, କୋରାପୁଟ ଓ କନ୍ଧମାଳ ଗସ୍ତ କରିଛନ୍ତି । ସେଠାରେ କିପରି ରହିଛି ସୁରକ୍ଷା ବ୍ୟବସ୍ଥା ତାହା ଯାଞ୍ଚ କରିଛନ୍ତି ଡିଜି । ଗୋଟିଏ ପଟେ ମାଓ ଦମନ ଅଭିଯାନ ଓ କିପରି ମାଓବାଦୀ ହିଂସା ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ସେଥିପାଇଁ ଆହ୍ୱାନ ଦେଇଛନ୍ତି ଡିଜି । ଏହାସହ ଅନେକ ଦିଗ ଉପରେ ଉଚ୍ଚ ପଦସ୍ତ ଅଧକାରୀଙ୍କ ସହ ଆଲୋଚନା କରିଛନ୍ତି ଡିଜି ଅଭୟ ।

ଏହି 3 ଜିଲ୍ଲା ଗସ୍ତ ସମୟରେ କୋଭିଡ ବିରୁଦ୍ଧରେ ଲଢେଇ କରି ପ୍ରାଣବଳି ଦେଇଥିବା ପୋଲିସ କର୍ମଚାରୀଙ୍କ ପରିବାରକୁ ଓ କର୍ମ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା କର୍ମଚାରୀଙ୍କୁ ଡିଜିପି ଡିସ୍କ ପ୍ରଦାନ କରିଥିଲେ । ମାଲକାନଗିରି ଜିଲ୍ଲା ଏସପି କ୍ଷୀଲାରୀ ଋଷିକେଶ ଦ୍ୟାନଦେଓଙ୍କ ସମେତ 30 ଜଣଙ୍କୁ ଡିଜିପି ଡିସ୍କ ପ୍ରଦାନ କରିଛନ୍ତି । ସେହିପରି କୋରାପୁଟ ଜିଲ୍ଲାର 5 କୋରୋନା ଯୋଦ୍ଧା ପରିବାର ଓ 16 ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ଡିସ୍କ ପ୍ରଦାନ କରିଛନ୍ତି । ଶେଷରେ କନ୍ଧମାଳ ଜିଲ୍ଲାର 4 ଜଣ କୋରୋନା ଯୋଧ୍ୟାଙ୍କ ପରିବାର ସମେତ 27 ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ଡିସ୍କ ପ୍ରଦାନ କରିଛନ୍ତି । ତେବେ ଏହି ଗସ୍ତ ସମୟରେ ଅନେକ ବରିଷ୍ଠ ପୋଲିସ ଅଧିକାରୀ ଡିଜି ଅଭୟଙ୍କ ସହ ଆଲୋଚନାରେ ସାମିଲ ଥିଲେ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.