ETV Bharat / city

କୋରୋନା କାଳରେ ପ୍ରବେଶ କରିବ ଡେଙ୍ଗୁ ! ଚିନ୍ତାରେ କଟକବାସୀ - Cuttack residents are worried

ଜାରି ରହିଛି କରୋନା କାୟା । ଲୋକ ମାନଙ୍କ ମଧ୍ୟରେ ରହିଛି ସେହି ଗୋଟିଏ ଭୟ । ଯେମିତି ଥଣ୍ଡା ଜ୍ଵରରୁ ଏହି ସମୟରେ ମୁକ୍ତି ପାଉ । କିନ୍ତୁ ତାହା ଆଉ କାଇଁ ଲାଗୁନି । କାରଣ ଆରମ୍ଭ ହୋଇଯାଇଛି ବର୍ଷା ଦିନ । ଆଉ ଏହି ସମୟରେ ବେସି ଡେଙ୍ଗୁ ଓ ମେଲେରିଆ ହେବାର ସମ୍ଭବନା ରହିଥାଏ । କିନ୍ତୁ ବର୍ତ୍ତମାନ କଟକର ଅବସ୍ଥା ହିଁ ବୟାନ କରୁଛି ଏବେର ଅବସ୍ଥା । ଅଧିକ ପଢନ୍ତୁ..

କୋରୋନା କାୟାରେ ଡେଙ୍ଗୁ କରୁଛି ପ୍ରବେଶ, ଚିନ୍ତାରେ କଟକବାସୀ

author img

By

Published : Jul 17, 2020, 7:40 PM IST

Updated : Jul 17, 2020, 8:19 PM IST

କଟକ: କୋଭିଡ୍ ମୁକାବିଲା କରୁ କରୁ ଅଣ-କୋଭିଡ୍ ରୋଗ ନେଇ ଭୁଲିଗଲା କି ସିଏମସି ? ଧିରେ ଧିରେ ସିଲଭର ସିଟିରେ କୋରୋନା ସଂକ୍ରମଣ ଗ୍ରାଫରେ ବୃଦ୍ଧି, ଆଗକୁ ଡବଲ ଟେନସନ ଦେବ କି ? ଏସସିବି ଓ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟଲରେ ଭୂତାଣୁ ମାଡିବା ପରେ, ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଛି କି ? କାରଣ ବର୍ଷା ଦିନ ଯୋଗୁଁ ଡେଙ୍ଗୁ-ମ୍ୟାଲେରିଆ ଭୟ ବି ରହିଛି । ଭଲକି ଦେଖନ୍ତୁ ସହରର ବଡ ନାଳ ଓ ଶାଖା ନାଳର ଦୃଶ୍ୟ । ଡେଙ୍ଗୁ-ମ୍ୟାଲେରିଆର ବାହକ କୁହାଯାଉଥିବା ଏହି ସବୁ ନଳା, ନା ସଫା ହେଉଛି ନା ମଶା ତେଲ ଓ ମଶା ଅଣ୍ଡା ଖାଉଥିବା ମାଛ ଛଡା ଯାଇଛି । ମେଡିକାଲ ସ୍ଥିତି ନକହିବା ଭଲ, ଯେଉଁଥିପାଇଁ ଚିନ୍ତାରେ ସହରବାସୀ ।

କୋରୋନା କାୟାରେ ଡେଙ୍ଗୁ କରୁଛି ପ୍ରବେଶ, ଚିନ୍ତାରେ କଟକବାସୀ

ଅନ୍ୟପଟେ ଲୋକଙ୍କ ସ୍ୱର ସହ ସ୍ୱର ମିଶାଇଛନ୍ତି ସିଏମସିର ପୂର୍ବତନ କର୍ପୋରେଟର ଗିରିଵାଳା ବେହେରା । ତାଙ୍କ କହିବାନୁଯାୟୀ କଟକ ସହରରେ ଯେପରି କରୋନା ରୋଗୀ ବୃଦ୍ଧି ପାଉଛି, ଆଗକୁ ଡେଙ୍ଗୁ ମ୍ୟାଲେରିଆ ବ୍ୟାପିବା ନେଇ ଆଶଙ୍କା ରହିଛି । କାରଣ ସିଏମସି ଯାହା କରୁଛି ତାହା ସମସ୍ତଙ୍କୁ ଜଣା । ବର୍ତ୍ତମାନ ସମୟରେ କରୋନା ଚିନ୍ତା ରହିବା ସ୍ୱାଭାଵିକ । କିନ୍ତୁ ତା ମାନେ ନୁହେଁ ଯେ ଅନ୍ୟ ରୋଗ ଯେପରିକି ଡେଙ୍ଗୁ ଓ ମ୍ୟାଲେରିଆକୁ ପ୍ରତିହତ କରିବା ଦିଗରେ ହାତ ପୁରା ଫାଙ୍କା କରି ବସିବା । ଅନ୍ୟପଟେ କଟକର ସମସ୍ତ ନାଳ ଓ ଶାଖା ନାଳକୁ ସଫା କରିବା ସହ ପାଖରେ ଥିବା ଗଛ ମଧ୍ୟ କାଟିବା ଆରମ୍ଭ କରିଛି ସିଏମସି । ଏହାଛଡା ନାଳରେ ମଶା ଅଣ୍ଡା ଖାଉଥିବା ମାଛ , ମଶା ତେଲ ଇତ୍ୟାଦି ପକାଯାଉଥିବା କହିଛନ୍ତି ସିଏମସି କମିଶନର ଅନନ୍ୟା ଦାସ ।

ଏହାସହ ଏହି ବର୍ଷା ଦିନରେ ମଶାଙ୍କୁ ରୋକିବାରେ ସଫଳ ହେବା ନେଇ ଆଶା ବାନ୍ଧି ବସିଛି ସିଏମସି । କିଏ କହୁଛି ସତ ? ଚିତ୍ର କିନ୍ତୁ ଯାହା ବର୍ଣ୍ଣନା କରୁଛି ତାହା ସମ୍ପୂର୍ଣ୍ଣ ଓଲଟା । ତେବେ ସିଏମସି ଖାତା କଲମରେ କାମ ସୀମିତ ନରଖି, ଗ୍ରାଉଣ୍ଡ ଜିରୋରେ ପହଞ୍ଚି କାମ କରୁ, ନହେଲେ ଚଳିତବର୍ଷ ଏସିବି ମେଡିକାଲରେ ଡେଙ୍ଗୁ ମେଲେରିଆ ରୋଗୀଙ୍କ ସଂଖ୍ୟାରେ ଅହତୁକ ବୃଦ୍ଧି ଘଟିବ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Jul 17, 2020, 8:19 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.