କଟକ: ସହରରେ ଧୀରେଧୀରେ କାୟାବିସ୍ତାର କରୁଛି ଡେଙ୍ଗୁ । ଶୁକ୍ରବାର ଏସସିବି ମେଡିକାଲରେ ୫୩ ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଥିବାବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ଡେଙ୍ଗୁ ରୋଗୀ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ।
ସେହିପରି ଏସସିବି ମେଡିକାଲରେ ୧୧୩ଟି ରକ୍ତ ନମୁନା ପରୀକ୍ଷା କରା ଯାଇଥିବା ବେଳେ ୨୬ଟି ରକ୍ତ ନମୁନା ପଜେଟିଭ ଥିବା ଜଣାପଡ଼ିଛି । ସେଥିରେ ବାଲେଶ୍ଵରରୁ ୫ , ଭଦ୍ରକରୁ ୨, କଟକରୁ ୪ ଓ ଯାଜପୁରରୁ ୭ ଜଣଙ୍କର ରକ୍ତ ନମୁନା ପଜେଟିଭ ରହିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ