କଟକ: କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦ ଥମି ନଥିବା ବେଳେ ଆଉ ଏକ ମାମଲାରେ ଛନ୍ଦି ହୋଇଛନ୍ତି ବର୍ଷା । ସାଂସଦ ଅନୁଭବ ମହାନ୍ତିଙ୍କ କର୍ମଚାରୀଙ୍କୁ ଜାତିଆଣ ମନ୍ତବ୍ୟ ଦେଇ ହରଡ଼ଘଣାରେ ପଡିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଜାତିଆଣ ଆକ୍ଷେପ କରିବା ଅଭିଯୋଗକୁ ଆଧାର କରି ବର୍ଷାଙ୍କ ନାଁରେ ଦିଲ୍ଲୀ ପୋଲିସ ନିକଟରେ ଏକ ମାମଲା ରୁଜୁ ହୋଇଛି ।
ବର୍ଷାଙ୍କ ସହ ତାଙ୍କ ଝିଆରୀ ଓ ମାଆଙ୍କୁ ବି ସମନ ଜାରି ହୋଇଛି । ତେବେ ସବୁଠାରୁ ବଡ କଥା ହେଉଛି ୨୦୧୯ ଜୁଲାଇ ୯ ତାରିଖର ମାମଲା ୨୦୨୨ ଜୁଲାଇରେ ଦିଲ୍ଲୀ ପୋଲିସ ମାମଲା ପଞ୍ଜିକୃତ କରିଛି । ଏହାପରେ ଏବେ ବର୍ଷାଙ୍କ ଅଡୁଆ ବଢିଛି । ଚଳିତ ମାସ ୨୫ ତାରିଖରେ ଦିଲ୍ଲୀର ଏକ ଟିମ୍ କଟକ ଆସି ବର୍ଷାଙ୍କୁ ଖୋଜାଖୋଜି କରିଥିଲେ ବି ତାଙ୍କୁ ପାଇନଥିଲେ। ପୁରୀ ଘାଟ ପୋଲିସ ମଧ୍ୟ ସହଯୋଗ କରିନଥିବା ଜଣାପଡିଛି ।
ତେବେ ବୁଧବାର ପୁରୀଘାଟ ଥାନାକୁ ଆସି ବର୍ଷା ଓ ତାଙ୍କ ବଡ଼ ଭଉଣୀ ଯାଇ ସମନ ଗ୍ରହଣ କରିଥିଲେ । ସୂଚନା ମୁତାବକ, ସାଂସଦ ଅନୁଭବ ମହାନ୍ତିଙ୍କ କର୍ମଚାରୀଙ୍କୁ ଜାତିଆଣ ମନ୍ତବ୍ୟ ଦେଇ ଗାଳି ଦେବା ସହ ଦୁଃର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି ।