ETV Bharat / city

ଦୀପିକା-ଦିନେଶ ବିବାଦ, ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଦୀପିକା - deepika files petition in orissa high court

ଦୀପିକା ଦିନେଶ ବିବାଦ । ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଦୀପିକା । ଦିନେଶଙ୍କ ଜାମିନ ଖାରଜ ପାଇଁ କୋର୍ଟରେ ଆବେଦନ କରିଛନ୍ତି ଦୀପିକା । ଅଧିକ ପଢନ୍ତୁ

deepika appeared high court
ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଦୀପିକା
author img

By

Published : Oct 14, 2022, 1:01 PM IST

Updated : Oct 14, 2022, 9:13 PM IST

କଟକ: ବ୍ରହ୍ମପୁରର ଦୀପିକା ଏବଂ ଦିନେଶଙ୍କ ବିବାଦ ମାମଲାରେ ଧୀରେ ଧୀରେ ଦିନେଶଙ୍କ ପାଇଁ ଅଡ଼ୁଆ ବଢିବାରେ ଲାଗିଛି । ଦିନେଶଙ୍କ ବିରୁଦ୍ଧରେ ମହିଳା କମିଶନଙ୍କ ପରେ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି କେ. ଦୀପିକା । ଦିନେଶଙ୍କ ଜାମିନ ଖାରଜ ପାଇଁ ହାଇକୋର୍ଟରେ ପ୍ରାର୍ଥନା କରିଛନ୍ତି ଦୀପିକା । ପୂର୍ବରୁ ଦୀପିକାଙ୍କୁ ଦୁଷ୍କର୍ମ ମାମଲାରେ ଜେଲ ଦଣ୍ଡ ପାଇ ଥିବା ଦୀନେଶଙ୍କୁ ହାଇକୋର୍ଟ ସର୍ତ୍ତ ମୂଳକ ଜାମିନ ଦେଇଥିଲେ । ମାତ୍ର କୋର୍ଟଙ୍କ ସର୍ତ୍ତକୁ ଦିନେଶ ପୂରଣ କରିନଥିବା ଦୀପିକା ଅଭିଯୋଗ ଆଣିଛନ୍ତି ।

ଦୀପିକା-ଦିନେଶ ବିବାଦ, ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଦୀପିକା

ଜାମିନ ସମୟରେ କୋର୍ଟ ଯେଉଁ ସବୁ ସର୍ତ୍ତ ରଖିଥିଲେ ସେଗୁଡିକୁ ଦିନେଶ ଉଲ୍ଲଙ୍ଘନ କରିଥିବା ନେଇ ଦୀପିକା ହାଇକୋର୍ଟରେ ଦାଖଲ କରିଥିବା ନିଜ ମେମୋରେ ଉଲ୍ଲେଖ କରିଛନ୍ତି । ଦିନେଶ ବାହାରେ ରହି ଦୀପିକାଙ୍କୁ ଧମକାଇବା ସହ ପ୍ରଲୋଭିତ କରୁଛନ୍ତି । ତେଣୁ ଦିନେଶଙ୍କ ଜାମିନ ମାମଲାର ତୁରନ୍ତ ଶୁଣାଣି କରାଯାଉ ବୋଲି ଦର୍ଶାଇ ଦୀପିକା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଏହି ମାମଲାଟି ଆସନ୍ତା ସପ୍ତାହରେ ବିଚାର ପାଇଁ କୋର୍ଟଙ୍କ ସମ୍ମୁଖକୁ ଆସିପାରେ ବୋଲି କହିଛନ୍ତି ଆବେଦନକାରୀଙ୍କ ଆଇନଜୀବୀ ।

ସେପଟେ ରାଜ୍ୟ ମହିଳା କମିଶନଙ୍କ ନିକଟରେ ଦୀପିକା ହାଜର ହୋଇଥିବା ବେଳେ ଦିନେଶ ହାଜର ହୋଇନାହାନ୍ତି । ନିଜକୁ ସ୍ତ୍ରୀ ଓ ସନ୍ତାନକୁ ପରିଚୟ ଦାବିରେ ଦୀର୍ଘ ୭୩ ଦିନ ଧରି ଶାଶୁ ଘର ଆଗରେ ଧାରଣାରେ ବସିଛନ୍ତି ଦୀପିକା । ଦିନ ଗଡିବାକୁ ଲାଗିଛି ହେଲେ କିଛି ସୁଫଳ ମିଳୁନାହିଁ । ପାରିବାରିକ ସମସ୍ୟାର ସମାଧାନ ବାଟ ବାହାରି ପାରୁନାହିଁ । ତେଣୁ ସାମାଜିକ କର୍ମୀ ପ୍ରମିଳା ତ୍ରିପାଠୀଙ୍କୁ ଧରି ମହିଳା କମିଶନଙ୍କ ନିକଟରେ ନ୍ୟାୟ ପାଇଁ ଗୁହାରି କରିଛନ୍ତି ।

ଏହା ବି ପଢନ୍ତୁ...ଦୀପିକା ଦିନେଶ ବିବାଦ: ପୁଅକୁ ବାପାର ପରିଚୟ ମିଳିଲେ ଧାରଣାରୁ ଉଠିବି କହିଲେ ଦୀପିକା

ପ୍ରତିକ୍ରିୟାରେ ଦୀପିକା କହିଛନ୍ତି, ''ମୁଁ କେବଳ ସ୍ତ୍ରୀର ଅଧିକାର ଓ ମୋ ପିଲାକୁ ତାରି ବାପାଙ୍କ ପରିଚୟ ମିଳୁ ବୋଲି ଚାହେଁ । ମୋ ଶାଶୁ ଘର ଲୋକ ଆମକୁ ଦୂରେଇବାକୁ ଚେଷ୍ଟା କରୁଛନ୍ତି । ମହିଳା କମିଶନଙ୍କ ଉପରେ ମୋର ବିଶ୍ବାସ ଅଛି ସମାଧାନ ନିଶ୍ଚୟ ହେବ ମୋତେ ନ୍ୟାୟ ମିଳିବ।''

ପ୍ରକାଶ ଥାଉ କି, ବ୍ରହ୍ମପୁର ବଡ ବଜାର ଦେଶୀ ବେହେରା ସାହିର କେ.ଦୀପିକା ଏବଂ କେ. ଦିନେଶଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ପ୍ରେମ ସମ୍ପର୍କ ପରେ ଧୋକାରେ ପରିଣତ ହୋଇଥିଲା । ଦୀନେଶ ଅନ୍ୟଜଣେ ଯୁବତୀଙ୍କୁ ବିବାହ କରୁଥିବା ଖବର ପାଇଥିଲେ । ଏହାପରେ ସ୍ତ୍ରୀର ମାନ୍ୟତା ଓ ଛୁଆକୁ ବାପାର ପରିଚୟ ଦେବାକୁ ଦୀନେଶଙ୍କ ଘର ଆଗରେ ଧାରଣାରେ ବସିଛନ୍ତି କେ.ଦୀପିକା । ତାଙ୍କ ଧାରଣାକୁ ଶାଶୁ ଘର ଲୋକ ବିରୋଧ କରୁଥିବା ଦେଖିବାକୁ ମିଳିଛି । ଏହା ସହିତ ଅନେକ ସମୟରେ ଦୀପିକା ଓ ଶାଶୁ ଘର ଲୋକଙ୍କ ସହ କଳହ ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, କଟକ

Last Updated : Oct 14, 2022, 9:13 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.