ETV Bharat / city

ଚିକିତ୍ସାଧୀନ ଅବସ୍ଥାରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ, ରାଜନୈତିକ ଚାପ ପାଇଁ ମୃତ୍ୟୁ ଘଟିଥିବା ଅଭିଯୋଗ - କଟକ ବଡ ମେଡିକାଲରେ କଏଦୀଙ୍କ ମୃତ୍ୟୁ ଖବର

ଚିକିତ୍ସାଧୀନ ଅବସ୍ଥାରେ ଦୁଷ୍କର୍ମ ଅଭିଯୋଗରେ ଥିବା ବିଚାରଧୀନ କଏଦୀଙ୍କ ମୃତ୍ୟୁ । ରାଜନୈତିକ ଚାପ କାରଣରୁ ମୃତ୍ୟୁ ଘଟିଥିବା ପରିବାର ବର୍ଗଙ୍କ ଅଭିଯୋଗ । ଅଧିକ ପଢନ୍ତୁ

ଚିକିତ୍ସାଧୀନ ଅବସ୍ଥାରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ, ରାଜନୈତିକ ଚାପ ପାଇଁ ମୃତ୍ୟୁ ଘଟିଥିବା ଅଭିଯୋଗ

author img

By

Published : May 28, 2022, 10:36 PM IST

କଟକ: ଝାରପଡ଼ା ଜେଲରେ ମାନସିକ ନିର୍ଯାତନା ଦେଉଥିବା ବିଚାରାଧୀନ କଏଦୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଅଭିଯୋଗ । ଏପରି ଅଭିଯୋଗ ଆଣିଛନ୍ତି ମୃତ ବ୍ୟକ୍ତିଙ୍କ ପରିବାର ଲୋକେ । ମୃତକ ସନିଆ ମହାପାତ୍ର ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ ହୋଇ ଫେବୃଆରୀ ୨୦୨୦ ମସିହା ଠାରୁ ଝାରପଡ଼ା ଜେଲରେ ଥିଲା ।

ଚିକିତ୍ସାଧୀନ ଅବସ୍ଥାରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ, ରାଜନୈତିକ ଚାପ ପାଇଁ ମୃତ୍ୟୁ ଘଟିଥିବା ଅଭିଯୋଗ

ହେଲେ ଗତ ଏକ ମାସ ତଳେ ହଠାତ୍ ସେ ଅସୁସ୍ଥ ହେବାରୁ ପ୍ରଥମେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପରେ ଗୁରୁତର ହେବାରୁ କଟକ ବଡ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଗିରଫ ହେବା ସମୟରେ ସୁସ୍ଥ ରହିଥିବାବେଳେ ଜେଲରେ ତାକୁ ରାଜନୈତିକ ଚାପ ପକାଯାଇ ମାନସିକ ନିର୍ଯାତନା ଦେବାରୁ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ତେବେ ଜମିବାଡି ବିବାଦକୁ ନେଇ ମିଛ ଦୁଷ୍କର୍ମ ମାମଲାରେ ଫସାଇ ଦିଆଯାଇଥିବା ମୃତକଙ୍କ ଭାଇ ଅଭିଯୋଗ କରିଛନ୍ତି । ମାନସିକ ନିର୍ଯାତନା ଦେବା ସହ ଅସୁସ୍ଥତା ନେଇ ଜେଲ କର୍ତ୍ତୃପକ୍ଷ ପରିବାର ଲୋକଙ୍କ ଜଣାଇ ନଥିବା କହିଛନ୍ତି । ମାମଲାର ସଠିକ ତଦନ୍ତ କରାଯାଇ ନ୍ୟାୟ ଦେବାକୁ ଦାବି କରିଛନ୍ତି ମୃତକଙ୍କ ଭାଇ । ଅନ୍ୟପଟେ ଜେଲ କର୍ତ୍ତୃପକ୍ଷ କିମ୍ବା ପୋଲିସ ଅଧିକାରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.