ETV Bharat / city

ଦଳିତଙ୍କ ଜମି ହଡପ ମାମଲା: ଆଜି ଜାଗିଙ୍କ ପକ୍ଷରୁ ଆଗତ ମାମଲାର ହେବ ଶୁଣାଣି

author img

By

Published : Nov 16, 2020, 11:32 AM IST

ଦଳିତଙ୍କ ଜମି ହଡପ ମାମଲା । ଆଜି ଜାଗି ମଙ୍ଗତ ପଣ୍ଡାଙ୍କ ପକ୍ଷରୁ ଆଗତ ମାମଲାର ହାଇକୋର୍ଟରେ ହେବ ଶୁଣାଣି । ଅଧିକ ପଢନ୍ତୁ...

ଦଳିତଙ୍କ ଜମି ହଡପ ମାମଲା
ଦଳିତଙ୍କ ଜମି ହଡପ ମାମଲା

କଟକ: ଦଳିତଙ୍କ ଜମି ହଡପ ପ୍ରସଙ୍ଗରେ ଆଜି ହାଇକୋର୍ଟରେ ଜାଗି ମଙ୍ଗତ ପଣ୍ଡାଙ୍କ ପକ୍ଷରୁ ଆଗତ ମାମଲାର ହେବ ଶୁଣାଣି । ବାଘମାରୀ ଥାନାରେ ସାରୁଅ ଓ ଲୋକନାଥପୁର ଗ୍ରାମର ଲୋକମାନଙ୍କ ପକ୍ଷରୁ ଆଗତ ମାମଲାର କ୍ବାସ ପାଇଁ ଏହି ଆବେଦନ କରାଯାଇଛି ।

ସେହିଭଳି ଇଓଡବ୍ଲ୍ୟୁରେ ରୁଜୁ ମକଦ୍ଦମାକୁ ଚ୍ୟାଲେଞ୍ଜ କରି ଜାଗି ମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡାଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି ଗତ 13 ତାରିଖରେ ଶେଷ ହୋଇ ରାୟ ସଂରକ୍ଷିତ ରହିଛି । ହାଇକୋର୍ଟରେ ନିର୍ଦ୍ଦେଶନାମା ଆସିବା ପର୍ଯ୍ୟନ୍ତ ଉଭୟଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର ରହିଥିବା ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ।

ଆଜି ସୁଦ୍ଧା ଯେଉଁ ପକ୍ଷ ଚାହିଁବେ ଲିଖିତ ବିବୃତି ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଓଡିଶା ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡ ପକ୍ଷରୁ ପୂର୍ବତନ ନିର୍ଦ୍ଦେଶକ ମନୋରଞ୍ଜନ ଷଡଙ୍ଗୀ ଏହି ମୂଳ ମାମଲା ଦାୟର କରିଥିବାବେଳେ ମାମଲାକୁ ପ୍ରତ୍ୟାହାର କରି ନେବାକୁ ଗତ 13 ତାରିଖରେ ହାଇକୋର୍ଟରେ ସେ ଆବେଦନ କରିଛନ୍ତି ।

ଗତ 5 ତାରିଖରେ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ବୈଜୟନ୍ତ ଓ ଜାଗିଙ୍କୁ ପ୍ରଥମେ ନଭେମ୍ବର 12 ଓ ପରେ ମାମଲାର ଶୁଣାଣି କରି ନିର୍ଦ୍ଦେଶନାମା ଆସିବା ପର୍ଯ୍ୟନ୍ତ ଗିରଫ କରାଯାଇ ପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ ।

ଓଡିଶା ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡର ଅନ୍ୟତମ ନିର୍ଦ୍ଦେଶକ ନିହାର ଭୂୟାଁଙ୍କ ଆବେଦନର ଶୁଣାଣି ହୋଇ ତାଙ୍କୁ ମଧ୍ୟ ଅନ୍ତରୀଣ ସୁରକ୍ଷା ପ୍ରଦାନ କରାଯାଇଛି । ଓଡିଶା ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଏହି ମୂଳ ମାମଲା ହୋଇଥିବାବେଳେ କମ୍ପାନୀର ପ୍ରମୋଟର ଭାବେ ଜାଗି ମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡା ପକ୍ଷଭୁକ୍ତ ହୋଇ ଅନ୍ତରୀଣ ସୁରକ୍ଷା ଆବେଦନ କରିଥିଲେ । କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଏହି ମାମଲାର ତଦନ୍ତ କରୁଥିବାବେଳେ ଅନ୍ୟ ମାମଲା ଖୋର୍ଦ୍ଧା ଜିଲ୍ଲା ପୋଲିସ ତଦନ୍ତ କରୁଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.