କଟକ: ଓଡିଶାରେ ବାତ୍ୟା ଅସାନି(Cyclone Asani)ର ପ୍ରଭାବ ଯଦିଓ ସେତିକି ପଡିବ ନାହିଁ ତଥାପି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । କଟକରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଏଭଳି ସ୍ଥିତିରେ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ଥିବା ସିଏମସି(CMC) କମିଶନର କହିଛନ୍ତି ।
ବର୍ଷା ହେଲେ ସହରରେ ଜଳମଗ୍ନ ସ୍ଥିତି ଉପୁଜିବାର ସମ୍ଭାବନା ଥିବାରୁ ୧୦୦ ଟି ପାଣି ପମ୍ପର ବ୍ୟବସ୍ଥା କରାଯାଇଛି । ସହରରୁ ବର୍ଷାଜଳ ନିଷ୍କାସନ କରିବା ପାଇଁ ସମସ୍ତ ୱାର୍ଡରେ ପମ୍ପ ପ୍ରସ୍ତୁତ ରଖାଯାଇଛି । ତେବେ ଅଧିକ ପାଣି ପମ୍ପ ଦରକାର ପଡ଼ିଲେ ରାଜ୍ୟ ଅଗ୍ନିଶମ ବିଭାଗର ପମ୍ପ ବ୍ୟବହାର କରାଯିବ ବୋଲି କମିଶନର କହିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ