କଟକ : ଉତ୍ତର ପ୍ରଦେଶରେ ଦ୍ଵିତୀୟ ପାଳି ଶାସନ ଗାଦିରେ ବସିଛନ୍ତି ଯୋଗୀ ଆଦିତ୍ୟ ନାଥ । ଏନେଇ ଆଜି ସେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ ମଧ୍ୟ କରିଛନ୍ତି । ତେବେ ଖୁସିର ମୁହୂର୍ତ୍ତରେ ଯୋଗୀଙ୍କୁ ସାରା ଦେଶରୁ ଛୁଟିଛି ଶୁଭେଚ୍ଛାର ସୁଅ । ଏ ଅବସରରେ କଟକ ଝାଞ୍ଜିର ମଙ୍ଗଳା ଅଞ୍ଚଳର ଦିପକ ବିଶ୍ୱାଳ ଯୋଗୀଙ୍କୁ ଏକ ନିଆରା ଢଙ୍ଗରେ ଦେଇଛନ୍ତି ଶୁଭେଚ୍ଛା ।
ଡିବିରି ଧୂଆଁ (smoke art) ରେ ଏକ ଅବିକଳ ଯୋଗୀଙ୍କ ଚିତ୍ର କରି ଏବେ ଚର୍ଚ୍ଚାରେ ଦୀପକ । ତେବେ ଦୁଇ ଘଣ୍ଟାର ପରିଶ୍ରମ ପରେ ଏହି ଚିତ୍ରକଳାକୁ ଜୀବଦାନ ଦେଇଛନ୍ତି ସେ । ତେବେ ଦୀପକଙ୍କ ଏହି ଶୁଭେଚ୍ଛା ଜାତୀୟ ଗଣ ମାଧ୍ୟମରେ ମଧ୍ୟ ବେଶ ଲୋକପ୍ରିୟ ହେବାରେ ଲାଗିଛି । ତେବେ ପୂର୍ବରୁ ଅନେକ ବ୍ୟକ୍ତିଙ୍କ ଏହି ଚିତ୍ର କରି ଲୋକପ୍ରିୟ ହୋଇଥିଲେ ଦୀପକ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ