କଟକ: ଜିମ୍ ଖୋଲିବା ପଡିଲା ମହଙ୍ଗା । ସିଲ୍ ହେଲା କଟକ ମହତାବ ରୋଡ଼ ନିକଟସ୍ଥ ଷ୍ଟାର୍କ ଜିମ୍ ।
କୋରୋନା କାଳରେ ସମସ୍ତ ଜିମରୁ ଖୋଲିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସରକାରୀ ନିୟମ ବିରୁଦ୍ଧରେ ଯାଇଥିବାରୁ ଜିମକୁ ସିଲ୍ କରିଛି ସିଏମସି ଏନଫୋର୍ସମେଣ୍ଟ ଟିମ । ଗାଇଡଲାଇନ ବାହାରକୁ ଯାଇଥିବାରୁ ଏପରି ନିଷ୍ପତ୍ତି ନେଇଛି ମହାନଗର ନିଗମ ।
ଏହାସହ ସହରରେ ଥିବା ସମସ୍ତ ଜିମ୍ କର୍ମକର୍ତା ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ କୌଣସି ମତେ ଜିମ ନ ଖୋଲାଯାଉ । ନଚେତ୍ ସିଧାସଳଖ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସିଏମସି ଡେପୁଟି କମିଶନର ଅଭିନାଶ ରାଉତ ।
କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ