କଟକ: ଗତକାଲି(ଗୁରବାର) କିଶନନଗର ଥାନା ପରିସରରେ ଜଣେ ବ୍ୟକ୍ତି ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲା । ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ତାଙ୍କର ଆଜି ମୃତ୍ୟୁ ଘଟିଛି । ଥାନା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ DGଙ୍କୁ ସୁପାରିଶ କରାଯାଇଥିବା କହିଥିଲେ ଏସପି । ଗୁଣନିଧିଙ୍କୁ ଆକ୍ରମଣ କରିଥିବା ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପୁତୁରା ସାଗର ବିଷୋୟୀଙ୍କୁ ଗିରଫ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ: ଶୁଣିଲେନି ଥାନା ଅଧିକାରୀ, ନିଜକୁ ନିଆଁ ଲଗାଇ ଦେଲେ ବ୍ୟକ୍ତି
ସୂଚନା ଅନୁସାରେ, ଇଷାଣି ବ୍ରହ୍ମପୁର ଅଞ୍ଚଳର ଗୁଣନିଧି ବିଷୋଇ ଜମିବାଡି ବିବାଦ ନେଇ ବାରମ୍ବାର ଥାନାର ଦ୍ବାରସ୍ଥ ହେଉଥିଲେ ସୁଦ୍ଧା ତାଙ୍କ କଥାକୁ ପୋଲିସ ଗୁରୁତ୍ୱ ଦେଉନଥିଲା । ଯାହାଫଳରେ ନିରାଶ ହୋଇ ଗୁଣନିଧି ଆତ୍ମାହୁତି ଉଦ୍ୟମ କରିଥିଲେ ।
ଇଟିଭି ଭାରତ, କଟକ