ETV Bharat / city

NEET PG Counselling Delay; କଳାବ୍ୟାଚ ପିନ୍ଧି ପ୍ରତିବାଦ କଲା SCB କନିଷ୍ଠ ଡାକ୍ତର ସଂଘ - କଟକ ଖବର

ନିଟ ପିଜି କାଉନସେଲିଂ (NEET PG Counselling) ପ୍ରକ୍ରିୟାରେ ଅହେତୁକ ବିଳମ୍ବର ପ୍ରତିବାଦ କରି ଆଜି କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲର କାର୍ଯ୍ୟରତ କନିଷ୍ଠ ଡାକ୍ତର ସଂଘ (Junior doctors association) ର ଆନ୍ଦୋଳନ ଧମକ । ଅଧିକ ପଢନ୍ତୁ

କଳାବ୍ୟାଚ ପିନ୍ଧି ପ୍ରତିବାଦ କଲା SCB କନିଷ୍ଠ ଡାକ୍ତର ସଂଘ

author img

By

Published : Nov 30, 2021, 7:44 PM IST

କଟକ: ନିଟ ପିଜି କାଉନସେଲିଂ (NEET PG Counselling) ପ୍ରକ୍ରିୟାରେ ଅହେତୁକ ବିଳମ୍ବର ପ୍ରତିବାଦ କରି ଆଜି କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ (Srirama Chandra Bhanja Medical College and Hospital)ର କାର୍ଯ୍ୟରତ କନିଷ୍ଠ ଡାକ୍ତର ସଂଘ (Junior doctors association)ର ଆନ୍ଦୋଳନ ଧମକ ।

NEET PG Counselling Delay; କଳାବ୍ୟାଚ ପିନ୍ଧି ପ୍ରତିବାଦ କଲା ଏସସିବି କନିଷ୍ଠ ଡାକ୍ତର ସଂଘ

ଆଜି ମେଡିକାଲ ପରିସରରେ କନିଷ୍ଠ ଡାକ୍ତର ସଂଘ କଳା ବ୍ୟାଚ ପରିଧାନ କରି ଏନେଇ ଏକ ପ୍ରେସମିଟ କରି ହେଉଥିବା ଅସୁବିଧା ସମ୍ପର୍କରେ ଜଣାଇଛନ୍ତି । କନିଷ୍ଠ ଡାକ୍ତର ସଂଘର ଅଭିଯୋଗ ନିଟ ପିଜି କାଉନସେଲିଂ ପ୍ରକ୍ରିୟାରେ ଅହେତୁକ ବିଳମ୍ବ ହେଉଛି । ପରୀକ୍ଷା ଫଳ ପ୍ରକାଶ ପାଇବାର ଦୁଇ ମାସ ବିତିଯାଇଥିଲେ ମଧ୍ୟ ସୁପ୍ରିମକୋର୍ଟରେ ମାମଲା ଥିବାରୁ କାଉନସେଲିଂ ହୋଇପାରୁ ନାହିଁ । ଏହାସହ ପରବର୍ତ୍ତୀ ଶୁଣାଣି ପୁଣି ଆସନ୍ତା ଜାନୁୟାରୀ ମାସରେ ହେବ ।

ଏବେ ସର୍ବଭାରତୀୟ ସ୍ତରରେ ମେଡିକାଲ କଲେଜ ଗୁଡିକରେ 66% ପିଜି ଛାତ୍ରଛାତ୍ରୀ ଅଛନ୍ତି। ଏପରିକି ନିଟ କାଉନସେଲିଂ ପ୍ରକ୍ରିୟା ବିଳମ୍ବ ହେବାରୁ ଗୋଟିଏ ବ୍ୟାଚ ଛାତ୍ରଛାତ୍ରୀ କମ ରହିଛନ୍ତି। ଫଳର ଏବେ କନିଷ୍ଠ ଡାକ୍ତରଙ୍କ ଉପରେ କାର୍ଯ୍ୟଭାର ବଢିବାରେ ଲାଗିଛି । ମାନସିକ ଶାରୀରିକ ଚାପ ପଡୁଛି । ଖାଲି ଏତିକି ନୁହେଁ ନୂଆ ଛାତ୍ରଛାତ୍ରୀଙ୍କ ଗୋଟିଏ ବର୍ଷ ପୁରା ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ଯାଉଛି ।

ବର୍ତ୍ତମାନର କୋଭିଡ ସମୟରେ ଯାହା ଗ୍ରହଣୀୟ ନୁହେଁ ବୋଲି କଟକ ଏସସିବି(SCB) କନିଷ୍ଠ ଡାକ୍ତର ସଂଘ କହିଛି । କାରଣ କୋଭିଡର ନୂଆ ଭାଇଆଣ୍ଟକୁ ମୁକାବିଲା କରିବାକୁ ହେଲେ ପର୍ଯ୍ୟାପ୍ତ ପରିମାଣର ଡାକ୍ତରଙ୍କ ମଧ୍ୟ ଆବଶ୍ୟକତା ଅଛି । ତେଣୁ କନିଷ୍ଠ ଡାକ୍ତର ମାନଙ୍କ ଦାବି, ତୁରନ୍ତ ନିଟ ପିଜି କାଉନସେଲିଂ ପ୍ରକ୍ରିୟା ଆରମ୍ଭ କରାଯାଉ । ନଚେତ ଆଗାମୀ ଦିନରେ କନିଷ୍ଠ ଡାକ୍ତର ସଂଘ ଆନ୍ଦୋଳନ କରିବ ବୋଲି କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ କନିଷ୍ଠ ଡାକ୍ତର ସଂଘର ସଭାପତି ଡା. ରାମଚନ୍ଦ୍ର ସାହୁ କହିଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.