ETV Bharat / city

ରାତି ପାହିଲେ ନେତାଙ୍କ ଭାଗ୍ୟଫଳ, ଶେଷ ପର୍ଯ୍ୟାୟରେ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି

ରାତି ପାହିଲେ ଭୋଟ ଗଣତି । ସେଥିପାଇଁ କଟକରେ ପ୍ରସ୍ତୁତି ଶେଷ ହୋଇଛି । ପୋଲିସ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : May 22, 2019, 7:24 PM IST

କଟକ: ରାତି ପାହିଲେ ନିର୍ବାଚନ ଫଳାଫଳ । ନେତାଙ୍କ ଭାଗ୍ୟର ହେବ ଗଣତି । ଗଣତନ୍ତ୍ରର ମହାକୁମ୍ଭର ଶେଷ ସୋପାନ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଭୋଟ ଗଣତି ପାଇଁ ବାଉନ ବଜାର ତେପନ ଗଳିର ସହର କଟକରେ ବୃଦ୍ଧି ପାଇଛି ରାଜନୈତିକ ଉଷ୍ମତା । କିଏ ଶାସନ ଗାଦି ଅଳଙ୍କୃତ କରିବ ? କେଉଁ ଦଳ ଜିତାପଟ ମାରିବ ? କେଉଁ ନେତା ଲୋକଙ୍କ ଆସ୍ଥା ଭାଜନରୁ ବଞ୍ଚିତ ହେବ ତାକୁ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା । ଏହି ମହାପର୍ବର ଚୂଡାନ୍ତ ପ୍ରକ୍ରିୟା ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଶେଷ ହୋଇଛି । କିପରି ଭାବେ ମତ ଗଣନା ସୁଚାର ରୂପେ ଶେଷ ହେବ ସେ ଦିଗରେ ବେଶ୍‌ ଯତ୍ନବାନ ରହିଛି ଉଭୟ ଜିଲ୍ଲା ପ୍ରଶାସନ ଓ କମିଶନରେଟ ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସିଲଭର ସିଟିର 3 ଟି ସ୍ଥାନରେ ହେବ ଭୋଟଗଣନା କାର୍ଯ୍ୟକ୍ରମ । କଟକ ବୋଷ କଲେଜ, ବାଙ୍କୀର ସ୍ୱୟଂ ଶାସିତ ମହାବିଦ୍ୟାଳୟ ଓ ଆଠଗଡ଼ର ଗୋପବନ୍ଧୁ ବିଜ୍ଞାନ କଲେଜରେ ଏହି ମତ ଗଣନା କାର୍ଯ୍ୟକ୍ରମ ସମ୍ପାଦନ ହେବ । ଯେପରି ମତ ଗଣନା ପ୍ରକ୍ରିୟାରେ କୌଣସି ପ୍ରକାର ଅସୁବିଧା ବା ତ୍ରୁଟି ଦୃଷ୍ଟି ଗୋଚର ନହେବ ସେ ଦିଗରେ ବେଶ୍‌ ସଚେତନତା ଅବଲମ୍ବନ କରିଛି ଜିଲା ପ୍ରଶାସନ । ଏନେଇ ବର୍ତ୍ତମାନ ସୁଦ୍ଧା ସମସ୍ତ କାଉଣ୍ଟିଂ ସ୍ଥାନର ଚୂଡାନ୍ତ ପ୍ରସ୍ତୁତି ଶେଷ ହୋଇଛି ।ଗୁରୁବାର ସକାଳ 8 ଟା ସୁଦ୍ଧା କାଉଣ୍ଟିଂ ଆରମ୍ଭ ହେବ । ସିସିଟିଭି ଓ ୱେବ କ୍ୟାମେରା ସାଙ୍ଗକୁ ଦକ୍ଷ ଆଠ ଶହ କର୍ମଚାରୀଙ୍କ ନିୟୋଜନ ଚଳିତ ମତଗଣନା କାର୍ଯ୍ୟକ୍ରମକୁ ସଫଳ କରାଇବ ବୋଲି କହିଛନ୍ତି ଜିଲ୍ଲା ନିର୍ବାଚନ କମିଶନର ରଞ୍ଜିତା ସାହୁ ।

ଅନ୍ୟପଟେ କାଉଣ୍ଟିଂ ସେଣ୍ଟର ସୁରକ୍ଷାକୁ ଆଖି ଆଗରେ ରଖି କଡା ସୁରକ୍ଷା ବଳୟ ନିର୍ମାଣ କରିଛି କମିଶନରେଟ ପୋଲିସ । କିପରି ମତଗଣନା ଶୃଙ୍ଖଳିତ ଢ଼ଙ୍ଗରେ ଆରମ୍ଭ ହୋଇ ଶେଷ ହେବ ସେଥିପାଇଁ ବେଶ ଯତ୍ନବାନ ରହିଛି ପୋଲିସ । ଏହି କ୍ରମରେ ରାଜ୍ୟ ପୋଲିସ ଓ ସିଆରପିଏଫ ଯବାନ କାଉଣ୍ଟିଂ ସେଣ୍ଟରରେ ପଇଁତରା ମାରୁଛନ୍ତି । ଆସନ୍ତାକାଲି ମଧ୍ୟ ଜିଲ୍ଲାର ସମସ୍ତ ଆଇଆଇସି ଓ ଏସପି ସେମାନଙ୍କ ଗୁରୁ ଦାୟିତ୍ୱ ସୂଚାର ରୂପେ ବହନ କରିବେ ବୋଲି କହିଛନ୍ତି କଟକ ଡିସିପି ଅଖିଳେଶ୍ବର ସିଂ ।

କଟକରୁ ପ୍ରଭୁ କଲ୍ୟାଣ ପାଲ ଓ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.