ETV Bharat / city

ପୋଡପିଠା ମହକରେ ମହକିଲା ସିଲଭର ସିଟି

କମ୍ପୁଛି କଟକ । ବାଉନ ବଜାର ତେପନ ଗଳିରେ ଖୁବ ଧୁମଧାମରେ ରଜ ପାଳୁଛନ୍ତି କଟକିଆ । ଖରା ତରାକୁ ଖାତିର ନକରି ଦୋଳି ଖେଳରେ ବ୍ୟସ୍ତ ଆବାଳବୃଦ୍ଧବନିତା । ଉଭୟ ଉଭୟଙ୍କୁ ପାନ, ପିଠା ଖୁଆଇ ରଜର ମଜା ନେଉଛନ୍ତି ସମସ୍ତେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Jun 14, 2019, 11:12 PM IST

କଟକ: ବନସ୍ତେ ଡାକିଲା ଗଜ... ବରଷକେ ଥରେ ଆସିଛି ରଜ... । ବର୍ଷକର ଅପେକ୍ଷା ପରେ ପୁଣି ଫେରିଛି ରଜ ମଉଜ । ପୋଡପିଠା, ପାନରେ ମହକୁଛି ପରିବେଶ । ଯାହାକୁ ନେଇ ଉତ୍ସବମୁଖର ହୋଇଉଠିଛି ସିଲଭର ସିଟି । କୁଆଁରୀ ଝିଅ ମାନେ ଗୀତ ଗାଇ, ଦୋଳି ଖେଳି ବେଶ୍ ଧୁମଧାମରେ ପାଳିଛନ୍ତି ପହିଲି ରଜ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

କଟକର ଗୋଟିଏ କିମ୍ବା ଦୁଇଟି ସ୍ଥାନ ନୁହେଁ ବିଭିନ୍ନ ସ୍ଥାନରେ ବେଶ ଆନନ୍ଦ ଉଲ୍ଲାସରେ ଚାଲିଛି ରଜ ମଉଜ । ଆଉ ଏହି ମଉଜରେ ନିଜକୁ ସାମିଲ କରିଛନ୍ତି ଚୌଦ୍ବାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ । ରଜ ପାଳିବା ଦ୍ବାରା ଭାଇଚାରା ବେଶ୍ ମଜବୁତ ହୋଇ ପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

ତେବେ ଗୋଟିଏ ବର୍ଷ ଅପେକ୍ଷା ପରେ ଆସିଛି ରଜ । ଯାହା ସମସ୍ତଙ୍କ ମନରେ ଆଣିଦେଇଛି ଉତ୍ସାହ ଓ ଉଦ୍ଦିପନା । ତେବେ ଚଳିତ ବର୍ଷ ଫନି ବାତ୍ୟାର ତାଣ୍ଡବ ସ୍ବତ୍ତେ ଫିକା ପଡିନି ରଜ ମଉଜ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:ପଶ୍ଚିମବଙ୍ଗରେ ଦୁଇ ଡାକ୍ତର ଛାତ୍ରଙ୍କ ଉପରେ ହେଉଥିବା ଆକ୍ରମଣ ଘଟଣାକୁ ବିରୋଧ କରି ବ୍ରହ୍ମପୁର ସହରରେ ଅଧ୍ୟୟନରତ ଥିବା ଡାକ୍ତର ଛାତ୍ର ଛାତ୍ରୀ ଙ୍କ ପକ୍ଷରୁ ବିକ୍ଷୋଭ କରାଯାଇଛି । ଏମ୍.କେ.ସି.ଜି ମେଡିକାଲର ମୁଖ୍ୟ ଫାଟକ ସମୁଖରେ ଡାକ୍ତର ଛାତ୍ର ଛାତ୍ରୀ ମାନେ ଏକତ୍ରିତ ହେବା ସହ ଯେଭଳି ଦୁଇ ଜଣ ଡାକ୍ତର ଙ୍କ ଉପରେ ଆକ୍ରମଣ ହେଲା ଏବଂ ଏହି ଘଟଣାରେ ଦୋଷୀ ବିରୁଦ୍ଧରେ ପଶ୍ଚିମବଙ୍ଗ ସରକାର ଙ୍କ ପକ୍ଷରୁ କୈଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ତାହାକୁ ନିନ୍ଦା କରାଯାଇଛି । ରାଜ୍ୟ ତଥା ଦେଶରେ ଡାକ୍ତର ଙ୍କ ଉପରେ ଦିନକୁ ଦିନ ବୃଦ୍ଧି ପାଉଥିବା ହିସା° ଘଟଣାକୁ ବନ୍ଦ କରିବାକୁ ଆହ୍ବାନ କରାଯାଇଛି। ରୋଗୀ ଙ୍କୁ ସେବା କରିବା ପାଇଁ ନିୟୋଜିତ ଥିବା ଡାକ୍ତର ଙ୍କ ଉପରେ ଏଭଳି ଭୟର ବାତାବରଣ କୁ ଦୃଷ୍ଟି ଦେବାକୁ ଦାବି କରାଯାଇଛି।

Body:ବାଇଟ୍-ଡାକ୍ତର ତୁଷାର କାନ୍ତ ରଥ(କର୍ମକର୍ତ୍ତା-ଜେଡ୍ୟୁୟୁ, ଏମ୍.କେ.ସି.ଜି
)
ବାଇଟ୍-ସମୀକ୍ଷା ନନ୍ଦ(ପିଜି ଛାତ୍ରୀ-ଏମ୍.କେ.ସି.ଜି,ବ୍ରହ୍ମପୁର)

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.