ETV Bharat / state

ବିଜେପି ବିଧାୟକ ଜୟନାରାୟଣଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ଆଗୁଆ ଜାମିନ ଆବେଦନ ଖାରଜ - JAYANARAYAN ANTICIPATORY BAIL PLEA

ସୁପ୍ରିମକୋର୍ଟରେ ମହିଳା ପୋଲିସ IICଙ୍କୁ ମାଡ଼ ମରା ମାମଲା । ସମ୍ବଲପୁର ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ ଆବେଦନ ଖାରଜ ।

JAYANARAYAN MISHRA
JAYANARAYAN MISHRA (ETV Bharat Odisha)
author img

By ETV Bharat Odisha Team

Published : Nov 14, 2024, 4:10 PM IST

ସମ୍ବଲପୁର: ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା । ମହିଳା ପୋଲିସ IICଙ୍କୁ ମାଡ଼ ମରା ଅଭିଯୋଗ ମାମଲାରେ ଆଗୁଆ ଜାମିନ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । ଜଷ୍ଟିସ ହୃଷିକେଷ ରୟ ଏବଂ ଜଷ୍ଟିସ ଏସଭିଏନ ଭଟ୍ଟିଙ୍କୁ ନେଇ ଗଠିତ ବେଞ୍ଚରେ ଅନ୍ତରୀଣ ଜାମିନ ଆବେଦନର ଶୁଣାଣି ହୋଇଥିଲା । ବେଞ୍ଚ ଆଗୁଆ ଜାମିନ ଆବେଦନ ଖାରଜ କରିବା ସହ କହିଛନ୍ତି, ‘ନେତୃତ୍ବରେ ଥିବା ବ୍ୟକ୍ତିଙ୍କ ସର୍ବସାଧାରଣରେ ଉଦାହରଣ ସୃଷ୍ଟି କରିବା ଜରୁରୀ ।’

କେଉଁ ମାମଲାରେ ଅନ୍ତରୀଣ ଜାମିନ ଆବେଦନ କରିଥିଲେ ଜୟନାରାୟଣ ?

ଜୟନାରାୟଣଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା (ETV Bharat Odisha)

ଘଟଣାଟି ଥିଲା 2023 ମସିହା ଫେବୃଆରୀ 15 ତାରିଖର । ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ ବେଳେ ପୋଲିସ ଓ ବିଜେପି କର୍ମୀ ଧସ୍ତାଧସ୍ତି ହୋଇଥିଲେ । ଏହି ସମୟରେ ବିଜେପି ନେତା ଜୟନାରାୟଣ ମିଶ୍ର, ମହିଳା ଆଇଆଇସି(IIC) ଅନିତା ପ୍ରଧାନଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ଏନେଇ ଥାନାରେ ଏତଲା ଦେଇଥିଲେ ମହିଳା ଆଇଆଇସି ।

ଏହା ମଧ୍ୟ ପଢନ୍ତୁ:

Jayanarayan Mishra-IIC scuffle: ମୋ ଉପରେ ଅତ୍ୟାଚାର ହୋଇଛି, ମୁଁ କାହିଁକି କ୍ଷମା ମାଗିବି କହିଲେ ଜୟନାରାୟଣ

ଜୟନାରାୟଣ ମିଶ୍ର-ମହିଳା ଥାନାଧିକାରୀ ଧସ୍ତାଧସ୍ତି ଘଟଣା, ଉଭୟ ପକ୍ଷରୁ ଥାନାରେ ଏତଲା

୧୬ରେ ଜୟ ନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି

ହାଇକୋର୍ଟ ପରେ ସୁପ୍ରିମକୋର୍ଟରେ ଆଗୁଆ ଜାମିନ ଆବେଦନ ଖାରଜ :

ଏହି ମାମଲାରେ ଜୟନାରାୟଣ ଗତ 2023 ମସିହା ଫେବୃଆରୀ 16ରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଥିଲେ । ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ତେବେ ସୁପ୍ରିମକୋର୍ଟରେ ମଧ୍ୟ ଜୟନାରାୟଣଙ୍କ ଅନ୍ତରୀଣ ଜାମିନ ଆବେଦନ ଖାରଜ ହୋଇଛି ।

କଣ ପ୍ରତିକ୍ରିୟା ରଖିଲେ ଜୟନାରାୟଣ ମିଶ୍ର ?

ଏନେଇ ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ‘ସୁପ୍ରିମକୋର୍ଟଙ୍କ ଅର୍ଡର ମୁଁ ଏ ପର୍ଯ୍ୟନ୍ତ ଦେଖିନାହିଁ । ପରବର୍ତ୍ତୀ ପଦକ୍ଷେପ କଣ ହେବ ତାହା ମୋ ଓକିଲ ନିଷ୍ପତ୍ତି ନେବେ । ଯେହେତୁ ସେମାନଙ୍କର କ୍ଷମତା ଅଛି ସେମାନେ କେସ୍ ଦେଇ ଦେଲେ । କେସ କରିବା ପାଇଁ ଷଡଯନ୍ତ୍ର ତିଆରି କରାଯାଇଥିଲା । ମୁଁ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବ ଦାସ ହତ୍ୟାକାଣ୍ଡକୁ ବିରୋଧ କରୁଥିଲି । ବିଧାନସଭାରେ ଏହି ପ୍ରସଙ୍ଗ ଉଠାଉଥିଲି । ମୋତେ କିପରି ବିରତ କରାଯାଇପାରିବ । ଏହା ତାହାର ଅଶଂବିଶେଷ ।’

ଗିରଫ ଦାବି କଲା ବିଜେଡି:

ବିଜେଡି ସାଂସଦ ସୁଲତା ଦେଓ କହିଛନ୍ତି, ‘ବିଜେପି ସରକାର ରାଜ୍ୟରେ ଆଇନ ପ୍ରତିଷ୍ଠା କରିବାକୁ ଚାହୁଁଥିଲେ ପ୍ରଥମେ ଜୟନାରାୟଣ ମିଶ୍ରଙ୍କୁ ଗିରଫ କରୁ । ଜୟ ନାରାୟଣଙ୍କ ଅନ୍ତରୀଣ ବେଲ ରିଜେକ୍ଟ କରିବାବେଳେ ସୁପ୍ରିମକୋର୍ଟ କହିଛନ୍ତି । ଜୟ ନାରାୟଣଙ୍କ ବିରୋଧରେ ପ୍ରମାଣ ରହିଛି । ଘଟଣାରେ ଜୟନାରାୟଣଙ୍କୁ ମିଳିଥିବା ଆଭ୍ୟନ୍ତରୀଣ ସୁରକ୍ଷା ଉଠାଇ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । 15 ଫେବ୍ରୁଆରୀ 2023ରେ ଏକ ଧାରଣା କାର୍ଯ୍ୟକ୍ରମରେ ଜଣେ ମହିଳା କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଥିଲେ । ମହିଳା ପୋଲିସ ଅଧିକାରୀଙ୍କୁ ମାନସିକ ନିର୍ଯ୍ୟାତନା ଦିଆଯାଇଥିଲା । ଜଣେ ଲୋକପ୍ରତିନିଧିଙ୍କ ଆଚରଣ ଠିକ ରହିବା ଦରକାର ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସରକାର ଯଦି ମହିଳାଙ୍କୁ ନ୍ୟାୟ ଦେବା ପାଇଁ ଚାହୁଁଛନ୍ତି ତେବେ ଜୟନାରାୟଣଙ୍କୁ ଗିରଫ କରନ୍ତୁ ।’

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.