ETV Bharat / city

ସାବଧାନ ! ମାସ୍କ ନ ପିନ୍ଧିଲେ ଗଣିବେ ତଣ୍ଡ - କଟକ କୋରୋନା ସଂକ୍ରମଣ ଖଭର

କଟକରେ କୋରୋନାର ସଂକ୍ରମଣକୁ ରୋକିବା ପାଇଁ ମାସ୍କ ବ୍ୟବହାର କରିବା କଟକ ମହାନଗର ନିଗମ ତରଫରୁ ବାଧ୍ୟତାମୂଳକ କରାଯାଇଛି । ଯିଏ ଏଥିରୁ ଖିଲାପ କରିବ ସେ ଜୋରିମାନା ଗଣିବ ବୋଲି ସିଏମସି ପକ୍ଷରୁ କୁହାଯାଇଛି । ଅଧିକ ପଢନ୍ତୁ...

cuttack-municipal-corporation-rule-for-mask-over-c9ovid1
ସାବଧାନ ମାସ୍କ ନ ପିନ୍ଧିଲେ ଗଣିବେ ତଣ୍ଡ
author img

By

Published : Apr 11, 2020, 10:31 AM IST

କଟକ: ସାବଧାନ । ମାସ୍କ ବ୍ୟବହାର ନକଲେ ଆଜିଠୁ ଲାଗିବ ଜୋରିମାନା । ଘରୁ ବାହାରିବା ମାତ୍ରେ ମୁଁହରେ ମାସ୍କ ପିନ୍ଧିବା ନିତାନ୍ତ ଆବଶ୍ୟକ । ଯିଏ ଏଥିରୁ ଖିଲାପ କରିବ ସେ ଜୋରିମାନା ଭୋଗିବା ନିଶ୍ଚୟ ବୋଲି ସିଏମସି ପକ୍ଷରୁ ସୂଚନା ରହିଛି ।

କଟକରେ କୋରୋନାର ସଂକ୍ରମଣକୁ ରୋକିବା ପାଇଁ ମାସ୍କ ବ୍ୟବହାର କରିବା କଟକ ମହାନଗର ନିଗମ ତରଫରୁ ବାଧ୍ୟତାମୂଳକ କରାଯାଇଛି । କଟକ ସିଏମସିର ଉଚ୍ଚ ପଦସ୍ତ ଅଧିକାରୀ ଫାଇନ କାଟିବା ପାଇଁ ସ୍ଥିର କରାଯାଇଛି । ଏହି ନିୟମକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରତି ୱାର୍ଡରେ ପଇଁତରା ମାରିବେ ସିଏମସି ଅଧିକାରୀ ।

ତେବେ ଏହି ପ୍ରକ୍ରିୟା ଆଜିଠୁ ଆରମ୍ଭ କରାଯିବା ନେଇ ସୂଚନା ଦେଇଛନ୍ତି ଡେପୁଟି କମିଶନର ଅଭିନାଶ ରାଉତ । ପ୍ରଥମ ଦ୍ବିତୀୟ କି ତୃତୀୟ ଥର ଧରାପଡିଲେ 200 ଲେଖାଁଏ ଗଣିବେ ଲୋକେ । ଯଦି ଏହାପରେ ମଧ୍ୟ ଧରାପଡ଼ନ୍ତି ତେବେ 500 ଆଦାୟ କରିବ ସିଏମସି ।

କଟକରୁ ପ୍ରଭୁ କଲ୍ୟାଣ ପାଲ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.