ETV Bharat / city

କାଳିପୂଜା ପାଇଁ ସିଏମସିର ପ୍ରସ୍ତୁତି ବୈଠକ

author img

By

Published : Oct 18, 2022, 11:05 PM IST

କଟକରେ କାଳିପୂଜା ପ୍ରସ୍ତୁତି ନେଇ ଆଜି ସିଏମସି ତରଫରୁ ଏକ ବୈଠକ ବସିଥିଲା । ପରିମଳ, ବିଦ୍ୟୁତ, ଜଳ ଯୋଗାଣ ଇତ୍ୟାଦି ଉପରେ ଗୁରୁତ୍ବ । ଅଧିକ ପଢନ୍ତୁ

କାଳିପୂଜା ପାଇଁ ସିଏମସିର ପ୍ରସ୍ତୁତି ବୈଠକ
କାଳିପୂଜା ପାଇଁ ସିଏମସିର ପ୍ରସ୍ତୁତି ବୈଠକ

କଟକ: ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି ବା କାଳୀପୂଜା । କଟକରେ କାଳିପୂଜା ପ୍ରସ୍ତୁତି ନେଇ ଆଜି ସିଏମସି ତରଫରୁ ଏକ ବୈଠକ ବସିଥିଲା । କଟକ ମହାନଗର ନିଗମ କାର୍ଯ୍ୟାଳୟରେ ବସିଥିବା ବୈଠକରେ କାଳୀପୂଜା ସମୟରେ ବାତ୍ୟା ହେବା ଆଶଙ୍କା ଥିବାରୁ ସେନେଇ ଆଲୋଚନା ହୋଇଥିଲା । ଏଥି ସହ ବର୍ତ୍ତମାନ କଟକର ରାସ୍ତାଘାଟ ପରିମଳ ଦିଗକୁ ବେଶି ଫୋକସ କରାଯାଇଥିଲା । କାଳିପୂଜା ସମୟରେ ପରିମଳ , ବିଦ୍ୟୁତ ,ଜଳ ଯୋଗାଣ ,ଇତ୍ୟାଦି ଉପରେ ଗୁରୁତ୍ବ ଦେବ ସିଏମସି । ଏନେଇ ବୈଠକେର ନିଷ୍ପତ୍ତି ନେଇଛନ୍ତି ମେୟର ସୁବାଷ ସିଂ ।

କାଳିପୂଜା ପାଇଁ ସିଏମସିର ପ୍ରସ୍ତୁତି ବୈଠକ

ସବୁ ବିଭାଗୀୟ ଅଧିକାରୀଙ୍କୁ ଏନେଇ ଅବଗତ କରାଯିବ । ତେବେ ଦୀର୍ଘ ଦୁଇ ବର୍ଷ କାଳୀପୂଜା ଫିକା ପଡିଥିବା ବେଳେ ଚଳିତ ବର୍ଷ ଜାକଜମକରେ କରିବାକୁ ଲକ୍ଷ୍ୟ ରଖିଛି ସିଏମସି । ତେବେ ଆଜିର ବୈଠକରେ ପୂଜା କମିଟି, ମେୟର, କମିଶନର ପ୍ରମୁଖ ଉପସ୍ଥିତ ଥିଲେ।

ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ କଟକ ମେୟର ସୁବାଷ ସିଂ କହିଥିଲେ, ''ଲଘୁଚାପ ଜନିତ ବର୍ଷ ଦୁର୍ଗା ସମୟରେ ହୋଇଥିବାରୁ ଆମେ ସେ ସମୟରେ ଭଲ ମୁକାବିଲା କରିଥିଲୁ, ତେବେ ଆସନ୍ତା ୨୪ ତାରିଖରେ କାଳିପୂଜା ହେବ, ଏହା ପରେ ୨୮ ତାରିଖରେ ଭସାଣ ଉତ୍ସବ ହେବ, ତେଣୁ ଏସବୁ ପାଇଁ ରାସ୍ତାଘାଟ ସ୍ଥିତି ସବୁ କଣ ଅଛି, ବିଦ୍ୟୁତ ନେଇ କଣ ସମସ୍ୟା ରହିଛି, ଏସମସ୍ୟା ବିଷୟରେ ଆଲୋଚନା କରିଛୁ । ଆସୁଥିବା ବାତ୍ୟାକୁ ନେଇ ମଧ୍ୟ ଆଲୋଚନା କରିଛୁ ।''

ଏହା ମଧ୍ୟ ପଢନ୍ତୁ-Archana Scandal: CBI ତଦନ୍ତ ଦାବି ଦୋହରାଇଲା ବିଜେପି

ସେହିପରି ଚଳିତ ବର୍ଷ ବାଣ ବିକ୍ରିକୁ ନେଇ ବେଶ ଖୁସି ଅଛନ୍ତି ବ୍ୟବସାୟୀ, ଚଳିତ ବର୍ଷ କଟକରେ ବାଣ ବିକ୍ରି ନେଇ କମିଶନରେଟ ପୋଲିସ ପକ୍ଷରୁ ନିର୍ଦ୍ଦେଶ ନାମା ଜାରି କରାଯାଇଛି । ଅସ୍ଥାୟୀ ବାଣ ଦୋକାନ ପାଇଁ ପୋଲିସ ପକ୍ଷରୁ ଅନୁମତି ମିଳିଥିବା ବେଳେ ଆବଶ୍ୟକୀୟ କାଗଜପତ୍ର ଦାଖଲ ପରେ ଖୁଚୁରା ଓ ବଡ଼ ବ୍ୟବସାୟୀଙ୍କୁ ଅନୁମତି ପତ୍ର ଦିଆଯିବା ନେଇ ସୂଚନା ମିଳିଛି । ତେବେ କେବଳ ଲାଇସେନ୍ସ ପ୍ରାପ୍ତ ଦୋକାନୀ ହିଁ ବାଣ ବିକ୍ରି କରିପାରିବେ । ବିନା ଲାଇସେନ୍ସରେ ବାଣ ବିକ୍ରି ପାଇଁ ଅନୁମତି ଦିଆଯିବ ନାହିଁ । ଯଦି କେହି ବିନା ଲାଇସେନ୍ସରେ ବାଣ ବିକ୍ରି କରେ ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କଟକ ଡିସିପି ।

କଟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.