କଟକ: ଶେଷ ହେଲା CMC (ସିଏମସି) ନିର୍ବାଚନ। ଭୋଟ ଦାନ କାର୍ଯ୍ୟ ଶେଷ ହେବା ପରେ ଇଭିଏମ ଗୁଡ଼ିକ ମତଦାନ କେନ୍ଦ୍ରରୁ ଷ୍ଟ୍ରଙ୍ଗରୁମକୁ ଫେରିବା ପ୍ରକ୍ରିୟା କାର୍ଯ୍ୟ ଆରମ୍ଭ ହୋଇଛି । ପୋଲିସର କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହି ପ୍ରକ୍ରିୟା ଜାରି ରହିଛି ।
ତେବେ ଇଭିଏମ ଗୁଡ଼ିକକୁ ସୁରକ୍ଷା ବଳୟ ମଧ୍ୟରେ ବୋଷ ଇଞ୍ଜିନିୟରିଂ ସ୍କୁଲସ୍ଥିତ ଷ୍ଟ୍ରଙ୍ଗରୁମରେ ରଖାଯାଉଛି । ଷ୍ଟ୍ରଙ୍ଗ ରୁମକୁ ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରଖାଯାଉଛି । ସଶସ୍ତ୍ର ପୋଲିସ କର୍ମଚାରୀଙ୍କ 24 ଘଣ୍ଟିଆ ପ୍ରହରା ମଧ୍ୟରେ ରହୁଥିବା ଷ୍ଟ୍ରଙ୍ଗ ରୁମ ଏବଂ ଏହାର ଆଖପାଖ ଅଞ୍ଚଳକୁ ସିସିଟିଭି ସର୍ଭେଲାନ୍ସରେ ରଖାଯାଇଛି । ସେପଟେ ସିଏମସିରେ 50 ପ୍ରତିଶତରୁ ଊର୍ଦ୍ଧ୍ବ ମତଦାନ ହୋଇ ଥିବା କହିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ