କଟକ: ସିଲଭର ସିଟି ନାବାଳିକା ଗଣଦୁଷ୍କର୍ମ ମାମଲା । ଚାଉଳିଆଗଞ୍ଜ ଥାନାରେ ଏନେଇ ମମାଲା ରୁଜୁ ପରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ତେବେ ଆଉ ଜଣେ ଅଭିଯୁକ୍ତ (ସଂପୃକ୍ତ ବ୍ୟକ୍ତିର ସାଙ୍ଗ)କୁ ଚାଲିଛି ଖୋଜା । ଏଥିପାଇଁ ଏକ ଟିମ ଗଠନ ହୋଇଥିବା ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ ।
ସୂଚନାଯୋଗ୍ୟ, ମଙ୍ଗଳବାର ନାବାଳିକା ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିଥିଲା । ଅଭିଯୁକ୍ତ ନାବାଳିକାଙ୍କୁ ଗତିରାଉତ ପାଟଣା ଅଞ୍ଚଳର ଏକ କୁକୁଡ଼ା ଫାର୍ମରେ 22 ଦିନ ଧରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । CWC ମଙ୍ଗଳବାର ନାବାଳିକା ଜଣଙ୍କୁ ଉଦ୍ଧାର କରି ଥାନାରେ ମାମଲା ଦାଏର କରିଥିଲା ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ