କଟକ: ଅଦମ୍ୟ ଇଚ୍ଛାଶକ୍ତି ମଣିଷକୁ ଆଣିଦିଏ ସଫଳତା । ଯାହା ମଣିଷକୁ ଜୀବନ ଲକ୍ଷ୍ୟରେ ବିଜୟୀ କରାଏ । ନଜର ପକାନ୍ତୁ ଏହି ଟ୍ରାଇ ସାଇକେଲ ଉପରେ । ଏହା ସମ୍ପୂର୍ଣ୍ଣ ବ୍ୟାଟରୀ ଚାଳିତ । ହାତ ପ୍ୟାଡେଲକୁ ନାହିଁ ଭୟ । ଗାଡ଼ି ଭଳି ଚାବି ଅନ୍ କରି ଖାଲି ଏକ୍ସିଲେଟର ମୋଡ଼ିଲେ ଚାଲେ ଟ୍ରାଇ ସାଇକେଲ । ଯାହା ଦିବ୍ୟାଙ୍ଗ ମାନଙ୍କ ପାଇଁ ବେଶ ଫଳପ୍ରଦ ହେବ। ଏହି ସଫଳତାର କାହାଣୀ ମଧ୍ୟରେ ନିଜର ପରିଚୟ ସୃଷ୍ଟି କରିଛନ୍ତି କଟକ ଯୋବ୍ରା ଅଞ୍ଚଳର ରାଜେନ୍ଦ୍ର କୁମାର ବେହେରା ।
ନଜର ପକାନ୍ତୁ ଏହି ଟ୍ରାଇ ସାଇକେଲ ଉପରେ। ଏହା ସମ୍ପୂର୍ଣ୍ଣ ବ୍ୟାଟରୀ ଚାଳିତ । ହାତ ପ୍ୟାଡେଲକୁ ନାହିଁ ଭୟ । ଗାଡ଼ି ଭଳି ଚାବି ଅନ୍ କରି ଖାଲି ଏକ୍ସେଲେଟର ମୋଡ଼ିଲେ ଏହା ବ୍ୟାଟେରୀରେ ଘଣ୍ଟା ପ୍ରତି ୨୦ କିଲୋମିଟର ବେଗରେ ରାସ୍ତାରେ ଗଡିବ । ଆଉ ଥରେ ଚାର୍ଜ ହେଲେ ୫୦ କିମି ପର୍ଯ୍ୟନ୍ତ ଯାଇପାରିବ । ଯାହା କୁ ନିର୍ମାଣ କରିଛନ୍ତି କଟକ ଯୋବ୍ରା ଅଞ୍ଚଳର ରାଜେନ୍ଦ୍ର କୁମାର ବେହେରା । ନିଜର ଚେଷ୍ଟା ଓ ମନୋବଳ ତାଙ୍କୁ ଆଣି ଦେଇଛି ଏହି ସଫଳତା ।
ତେବେ ଏହା ର ନିର୍ମାଣ ପଛରେ ରହିଛି ବଡ଼ ରହସ୍ୟ । ଭିନ୍ନକ୍ଷମ ବ୍ୟକ୍ତି ଙ୍କୁ ଏହି ସାଇକଲେ ଚଳାଇବା ବେଳେ ଉପୁଜୁଥିବା କଷ୍ଟ କୁ ଦେଖି ତାଙ୍କ ମନରେ ଆସିଥିଲା ଟ୍ରାଇ ସାଇକେଲ ର ନିର୍ମାଣ କଥା। ଆଉ ନିଜର ମେକାନିକ ଦୋକାନ ରେ ବିଭିନ୍ନ ପାର୍ଟସ ବ୍ୟବହାର କରି ଏହି ଟ୍ରାଇ ସାଇକେଲ ନିର୍ମାଣ କରିଛନ୍ତି ସେ । ଜଣେ ଦିବ୍ୟାଙ୍ଗ ପାଇଁ ଏହି ସାଇକେଲ ଚଳାଇବା ବେଶ ସହଜ ଓ ଆରାମ ଦାୟକ। ଏହାସହ ସାଇକେଲରେ ଯୋଡ଼ି ହୋଇଛି ୨୫୦ ୱାଟର ୨୪ ଭୋଲ୍ଟର ମଟର (24V 250W Electric Motor) ଓ ଏହାସହ ଲିଥିୟମ ୨୪ ଭୋଲ୍ଟ ୧୮ ଆମ୍ପୀୟର ବ୍ୟାଟେରୀ ମଧ୍ୟ ରହିଛି । ଯାହା ତିନି ଘଣ୍ଟାରେ ଚାର୍ଜ ହୋଇ ସାଇକେଲକୁ ରାସ୍ତା ରେ ଗଡ଼ିବା ପାଇଁ କରିବ ସାହାଯ୍ୟ । ଅନ୍ଧାରରେ ଯିବାକୁ ଲାଇଟ୍ ର ବ୍ୟବସ୍ଥା ଓ ହର୍ଣ୍ଣ ସୁବିଧା ମଧ୍ୟ ରହିଅଛି ଏହି ଟ୍ରାଇ ସାଇକେଲରେ।
ଏହି ଟ୍ରାଇ ସାଇକେଲଟିକୁ ବ୍ୟାଟେରୀଚାଳିତ କରିବାକୁ ୧୮ ହଜାର ଟଙ୍କା ଖର୍ଚ୍ଚ ହୋଇଛି ସତ । ହେଲେ ବଡ କଥା ହେଉଛି ବ୍ୟାଟେରୀଚାଳିତ ହୋଇପାରିବା ଦ୍ବାରା ଏହା ଦ୍ବାରା ଜଣେ ଭିନ୍ନକ୍ଷମ ବ୍ୟକ୍ତି ହୋଇପାରିବେ ଆତ୍ମନିର୍ଭରଶୀଳ । ଖବର କାଗଜ ବାଣ୍ଟିବା, ଖାଦ୍ୟ ଡେଲିଭରୀ କରିବା ଭଳି କାର୍ଯ୍ୟ କରି ସ୍ବାବଲମ୍ବୀ ମଧ୍ୟ ହୋଇପାରିବେ ଏହି ଟ୍ରାଇ ସାଇକଲେ ମାଧ୍ୟମରେ ।
ତେବେ ରାଜେନ୍ଦ୍ରଙ୍କ ସଫଳତା ତାଙ୍କ ଖୁସି ଜାହିର କରିଛନ୍ତି ସ୍ଥାନୀୟ ବାସୀନ୍ଦା ଓ ପଡୋଶୀ । ଆଗମୀ ଦିନରେ ସରକାରଙ୍କ ନଜର ପଡିଲେ ହୁଏତ ରାଜେନ୍ଦ୍ରଙ୍କ ଏହି ସଫଳତା ଦ୍ୱିଗୁଣିତ ହୋଇପାରିବ ବୋଲି କହିଛନ୍ତି ସାଙ୍ଗ ଓ ପଡୋଶୀ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ