ETV Bharat / city

ମନ କିଣୁଛି ନନ୍ଦକିଶୋରଙ୍କ ମିନି ମ୍ୟୁଜିଅମ, ସାଇତିଛନ୍ତି ୨ ହଜାର ପ୍ରକାର ମୁଦ୍ରା

author img

By

Published : Jan 30, 2022, 10:24 PM IST

ଆଲବମରେ ଲାଗିଛି ଦେଶ ବିଦେଶର ମୁଦ୍ରା । କେବଳ କଏନ ନୁହେଁ ପୁରୁଣା ନୋଟ,ଡାକ ଟିକଟ,ପୋଷ୍ଟକାର୍ଡ ଗୁଡିକ ସଜା ହୋଇ ରଖାଯାଇଛି । କଟକ ମିଶନ ରୋଡ଼ରେ ରହୁଥିବା ନନ୍ଦକିଶୋରଙ୍କ ଘରେ ସଂଗ୍ରହ ହୋଇ ରଖାଯାଇଛି ଏ ସମସ୍ତ କଏନ । ଅଧିକ ପଢନ୍ତୁ

ଦେଶ ବିଦେଶ ମୁଦ୍ରା ସାଉଁଣ୍ଟୁଛନ୍ତି ନନ୍ଦକିଶୋର : ଘରେ ତିଆରି କରିଛନ୍ତି ସଂଗ୍ରହାଳୟ

କଟକ : ଦେଶ ବିଦେଶର ମୁଦ୍ରା, ନୋଟ, ଡାକ ଟିକଟ ଓ ପୋଷ୍ଟକାର୍ଡ ସଂଗ୍ରହ କରିବା ତାଙ୍କ ପାଇଁ ପାଲଟିଛି ନିଶା । ସବୁ କାମକୁ ପଛରେ ପକାଇ ନିଜର ପିଲା ବେଳର ସ୍ୱପ୍ନକୁ ଏବେବି ସାକର କରୁଛନ୍ତି କଟକ ମିଶନ ରୋଡରେ ରହୁଥିବା ନନ୍ଦକିଶୋର ଲାଲ। ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ବେଳେ ଏହି ସଂଗ୍ରହ ଅଭିଯାନ ଆରମ୍ଭ କରିଥିଲେ ସେ ।

ଯାହା ଆଜି ତାଙ୍କୁ ଦେଇଛି ଏକ ସ୍ୱତନ୍ତ୍ର ପରିଚୟ । ଆଲମୀରା ଓ ଏକ ସ୍ୱତନ୍ତ୍ର ଘରେ ସମସ୍ତ ସଂଗୃହିତ ସମଗ୍ରୀକୁ ସାଇତି ରଖିଛନ୍ତି ସେ । ନନ୍ଦକିଶୋର ଲାଲଙ୍କ ବୟସ ୭୦। ଏହି ବୟସର ବ୍ୟକ୍ତି ବିଶେଷ ମୁଖ୍ୟତଃ ନାନାବିଧ ଅସୁବିଧା ଦେଇଗତି କରେ ।

କିନ୍ତୁ ନନ୍ଦ କିଶୋର ସମସ୍ତଙ୍କ ଠୁ ଅଲଗା। ଜୀବନରେ ବାଛି ନେଇଥିବା ଲକ୍ଷ୍ୟକୁ ସାଧନ ଦିଗରେ ଆଗେଇ ଚାଲିଛନ୍ତି ସେ। ଜଡ଼ିତ ଥିବା ଅନୁଷ୍ଠାନ, ତାଙ୍କ ସମ୍ପର୍କୀୟ ଓ ଇଣ୍ଟରନେଟ୍‌ରୁ ସଂଗ୍ରହ କରିଚାଲିଛନ୍ତି ଏହି ସାମଗ୍ରୀ।

ଏହାସହ ସହରର ସମସ୍ତ ସ୍କୁଲ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କୁ ଏହି ସବୁ ପାଇଁ ଉତ୍ସାହିତ କରିବା ସହ ନିଜେ ସଂଗ୍ରହ କରିଥିବା ଜିନିଷକୁ ମଧ୍ୟ ତାଙ୍କୁ ଦେଇଥାନ୍ତି। ତେବେ ପରିଣତ ବୟସରେ ଏଭଳି ଉଦ୍ୟମ ‌ତାଙ୍କୁ ଆଣି ଦେଇଛି ଏକ ନିଆରା ପରିଚୟ। ପୁରୀର ମୂଳ ବାସିନ୍ଦା ନନ୍ଦକିଶୋର ଲାଲ କଟକ ସ୍ଥିତ ମିସନ୍‌ ରୋଡ୍‌ରେ ପତ୍ନୀ ମୀରା ଦେବୀଙ୍କ ସହ 32 ବର୍ଷ ଧରି ରହିଆସୁଛନ୍ତି।

ନନ୍ଦକିଶୋର ପେସାରେ ଜଣେ ବ୍ୟବସାୟୀ। ସେ ୧୯୬୨ ମସିହାରେ ସପ୍ତମ ଶ୍ରେଣୀ ପଢ଼ୁଥିବା ସମୟରେ କିଛି ପୁରୁଣା କଏନ ଓ ଅନ୍ୟ ଦେଶ ଗୁଡିକରେ କଏନ ସଂଗ୍ରହ କରିବା ଆରମ୍ଭ କରିଥିଲେ। ହେଲେ ପାଠପଢ଼ା ଯୋଗୁଁ ଏହାକୁ ବଜାୟ ରଖି ପାରି ନଥିଲେ।

କିନ୍ତୁ ପରବର୍ତ୍ତି ସମୟରେ ପୁଣି ଏ ଦିଗରେ ଉଦ୍ୟମ କରି ଦେଶ ଓ ବିଦେଶର ୨ ହଜାର ପ୍ରକାର କଏନ୍‌, ୧ ଲକ୍ଷ ପ୍ରକାର ଡାକ ଟିକଟ, ୧୨୫ ପ୍ରକାର ଇନ୍‌ଲ୍ୟାଣ୍ଡ୍ ଲେଟର୍‌, ବିଭିନ୍ନ ଦେଶର ୨୫୦ ପ୍ରକାର ମୁଦ୍ରା ସେ ସଂଗ୍ରହ କରିଛନ୍ତି। କଟକ ସହରରେ ୧୦ ରୁ ଅଧିକ ସ୍କୁଲ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କୁ ଏହି ଡାକ ଟିକେଟ କଏନ ସଂଗ୍ରହ କରିବା ପାଇଁ ପରାମର୍ଶ ଦେବା ସହ ନ‌ିଜେ ସଂଗ୍ରହ କରିଥିବା ଜିନିଷକୁ ଛାତ୍ରଛାତ୍ରୀଙ୍କୁ ଉପହାର ଭାବେ ଦେଇଥାନ୍ତି। ପିଲାବେଳୁ ଏହି ସବୁ ଜିନିଷ ସଂଗ୍ରହ କରିବାର ଇଚ୍ଛା ତାଙ୍କର ରହିଥିଲା।

ସପ୍ତମ ଶ୍ରେଣୀରେ ପାଠ ପଢ଼ିବା ସମୟରେ ପ୍ରଥମ କରି ଏହାକୁ ସଂଗ୍ରହ କରିବା ଆରମ୍ଭ କରିଥିଲେ ସେ । ପ‌ରେ ପାଠପଢ଼ା ଯୋଗୁଁ ଏ ଦିଗରେ ବେଶୀ ବାଟ ଆଗେଇ ପାରି ନଥିଲେ ନନ୍ଦ କିଶୋର। କିନ୍ତୁ କଟକରେ ରହି ବ୍ୟବସାୟ ଆରମ୍ଭ କରିବା ପରଠାରୁ ସେ ତାଙ୍କର ଏହି ନିଶାକୁ ବାସ୍ତବ ରୂପ ଦେଇଥିଲେ ।

ତେବେ ନନ୍ଦ କିଶୋର ଙ୍କ ଏପରି ସାଧନକୁ ଜୀବନର ଅଙ୍ଗ ଭାବରେ ଭାବି ନେଇଛନ୍ତି ପତ୍ନୀ ମୀରା ଦେବୀ । ପରିଣତ ବୟସରେ ଉଭୟଙ୍କ ମଧ୍ୟରେ ରହିଛି ଉତ୍ତମ ବୁଝାମଣା। ନନ୍ଦକିଶୋରଙ୍କୁ ବିବାହ ପରଠୁ ଏହି ସଂଗ୍ରହ ଦିଗରେ ସାହାଯ୍ୟ କରି ଆସିଛନ୍ତି ପତ୍ନୀ । ତେବେ ଭବିଷ୍ୟତରେ ନନ୍ଦକିଶୋର ତାଙ୍କର ଲକ୍ଷ୍ୟକୁ ଆହୁରି ପୂର୍ଣ୍ଣ କରନ୍ତୁ ବୋଲି କହିଛନ୍ତି ପତ୍ନୀ ମିରା । ଏହି ସଂଗ୍ରହ କଳାରେ ସବୁ ଵର୍ଗ ଯୋଡି ହେଉ ବୋଲି ଆଶା ରଖିଛନ୍ତି ନନ୍ଦକିଶୋର ଲାଲ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.