ETV Bharat / city

ରାଜରାସ୍ତାକୁ ଓହ୍ଲାଇଲେ ମାଛ ବ୍ୟବସାୟୀ ସଂଘ

ମାଛ ବ୍ୟବସାୟୀ ସଂଘ ଯୋବ୍ରା ଆନ୍ଦୋଳନ । ବ୍ୟବସାୟୀଙ୍କୁ କରାଯାଉଛି ହତାଦର ବୋଲି ଆଣିଲେ ଅଭିଯୋଗ । ଅଧିକ ପଢନ୍ତୁ...

author img

By

Published : Jun 9, 2021, 12:52 PM IST

ରାଜରାସ୍ତାକୁ ଓହ୍ଲାଇଲେ ମାଛ ବ୍ୟବସାୟୀ ସଂଘ, ହେଉଛନ୍ତି ହତାଦର

କଟକ: ସିଲଭର ସିଟିରେ ରାଜରାସ୍ତାକୁ ଓହ୍ଲାଇଲେ ମାଛ ବ୍ୟବସାୟୀ । ବିକାଶର ଆଳରେ ଉଚ୍ଛେଦ ପରେ ଏବେ ଏହି ବ୍ୟବସାୟୀଙ୍କୁ କରାଯାଉଛି ହତାଦର ବୋଲି ସ୍ପଷ୍ଟ କରିଛି ବାସୁଲେଇ ମାଛ ବ୍ୟବସାୟୀ ସଂଘ ଯୋବ୍ରା ।

ରାଜରାସ୍ତାରେ ମାଛ ବ୍ୟବସାୟୀ ସଂଘ, ହେଉଛନ୍ତି ହତାଦର

ଏସିବି ମେଡିକାଲକୁ ଏମ୍ସପ୍ଲସ ର ସ୍ବପ୍ନ ଦେଖାଇ ରାଜ୍ୟ ସରକାର ତାଳଦଣ୍ଡା କେନାଲ ପାର୍ଶ୍ଵକୁ ପ୍ରଶସ୍ତ ଓ ଆଖି ଦୃଷ୍ଟିଆ କରିଛନ୍ତି । ଯାହା ଦ୍ବାରା ଅନେକ ମାଛ ବ୍ୟବସାୟୀ ଅନେକ ବର୍ଷ ଧରି ରହି ଆସୁଥିବା ସ୍ଥାନକୁ ହରାଇଛନ୍ତି । ହେଲେ ବର୍ତ୍ତମାନ ନ୍ୟାୟ ମାଗିବାରୁ ହତାଶ ହେବାକୁ ପଡୁଛି ବୋଲି ଅଭିଯୋଗ କରିଛନ୍ତି ମାଛ ବ୍ୟବସାୟୀ ସଂଘ ।

ପ୍ରଶାସନ, କମିଶନରେଟ ପୋଲିସ, ମହାନଗର ନିଗମ ଏହି ଦିଗରେ ରହିଛନ୍ତି ଚୁପ । ତେବେ ପୀଢି ପରେ ପୀଢି ମାଛ ବ୍ୟବସାୟ କରି ବଞ୍ଚୁଥିବା ଏହି ଲୋକ ମାନଙ୍କ ଜୀବିକା ଏବେ ପ୍ରଶ୍ନ ଘେରରେ । ଯଦି ଏହି ଦିଗରେ ଆଗମୀ ଦିନରେ କିଛି କାର୍ଯ୍ୟପନ୍ଥା ସରକାର ନନିଅନ୍ତି ତେବେ ଯୋରଦାର ଆନ୍ଦୋଳନ ହେବା ନିଶ୍ଚୟ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.