ETV Bharat / city

ବାରବାଟୀ ମୁକାବିଲା ପାଇଁ ପ୍ରସ୍ତୁତ OCA, ସନ୍ଧ୍ୟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

ବାରବାଟୀ ମୁକାବିଲା ପାଇଁ ଜିଲ୍ଲା କଟକ ପ୍ରଶାସନର ଜୋରଦାର ପ୍ରସ୍ତୁତି । ବାଲିଯାତ୍ରା ପଡିଆରେ ପାର୍କିଂ ବ୍ୟବସ୍ଥା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା । ଅଧିକ ପଢନ୍ତୁ

cuttack district adminstration ready for india vs south africa barabati t20 important meeting today with OCA
ବାରବାଟୀ ମୁକାବିଲା ପାଇଁ ପ୍ରସ୍ତୁତ OCA
author img

By

Published : May 20, 2022, 2:46 PM IST

କଟକ: ବାରବାଟୀ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ଜୋରଦାର ପ୍ରସ୍ତୁତ ଆରମ୍ଭ ହୋଇଛି । ବାଲିଯାତ୍ରା ପଡିଆରେ ପାର୍କିଂ ବ୍ୟବସ୍ଥା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । 20 ରୁ 30 ହଜାର ଗାଡି ପାର୍କିଂ ବ୍ୟବସ୍ଥା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା କହିଛନ୍ତି ଜିଲ୍ଲାପାଳ । ଅଧିକ ପ୍ରସ୍ତୁତି ନେଇ ଆଜି ସନ୍ଧ୍ୟାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ନିର୍ଦ୍ଧାରିତ ସମୟ ପୂର୍ବରୁ ସବୁ ବ୍ୟବସ୍ଥା କରାଯିବ ।

ବାରବାଟୀ ମୁକାବିଲା ପାଇଁ ପ୍ରସ୍ତୁତ OCA

ପାର୍କିଂ, ସୁରକ୍ଷା ବ୍ୟବସ୍ଥା ଏବଂ ଗ୍ୟାଲେରୀରେ ଦର୍ଶକ ବସିବା ନେଇ ଏହି ବୈଠକରେ ସବିଶେଷ ଆଲୋଚନା । କ୍ରୀଡାମନ୍ତ୍ରୀ, କ୍ରୀଡା ସଚିବ କମିଶନରେଟ ପୋଲିସର ବରିଷ୍ଠ ଅଧିକାରୀ ବୈଠକରେ ଉପସ୍ଥିତ ରହିବା ନେଇ ସୂଚନା ମିଳିଛି । ଏଥର ଖଚାଖଚ୍‌ ଦର୍ଶକଙ୍କ ଗହଣରେ ହେବ ମ୍ୟାଚ । ଫ୍ୟାନ୍ସଙ୍କ ଚିୟର-ଅପରେ କମ୍ପିବ ମଇଦାନ । ଷ୍ଟାଡିୟମକୁ ପୂର୍ଣ୍ଣ ଦର୍ଶକଙ୍କୁ ଅନୁମତି ଦେଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) । ଜୁନ୍ 9 ରୁ ଆରମ୍ଭ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା T20 ସିରିଜ ଷ୍ଟାଡିୟମର ପୂର୍ଣ୍ଣ ଦର୍ଶକ କ୍ଷମତାରେ ହେବ ବୋଲି ବୋର୍ଡ ଅନୁମତି ପ୍ରଦାନ କରିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.