କଟକ : ଜିରୋ ନାଇଟ ସେଲିବ୍ରେସନ କଟକଣା ପାଇଁ କମିଶନରେଟ ପୋଲିସର ଜୋରଦାର ପ୍ରସ୍ତୁତି । ଜୋରଦାର ହେବ ଚେକିଂ ସହ ବ୍ଲକିଂ। କଟକ ସହରରେ ମୋଟ 23ଟି ନାକାପଏଣ୍ଟ ସହ ମୋଟ 12 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ଏହାସହ ସମସ୍ତ ବରିଷ୍ଠ ଅଧିକାରୀ ମଧ୍ୟ ନିୟୋଜିତ ହେବେ। ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଜାରି କରାଯାଇଥିବା ଗାଇଡ଼ ଲାଇନକୁ କଡାକଡି ଭାବେ ପାଳନ କରିବାକୁ ସମସ୍ତ ହୋଟେଲ, ପବ, କ୍ଳବ ଓ ରେଷ୍ଟୁରାଣ୍ଟଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି କଟକ ଡିସିପି ।
ତେବେ ଆସନ୍ତାକାଲି( ଶୁକ୍ରବାର) ସନ୍ଧ୍ୟା ଠାରୁ ମୁତୟନ ହେବେ ଫୋର୍ସ । ସର୍ବସାଧାରଣ ସ୍ଥାନରେ ମଦ୍ୟପାନ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କଟକ ଡିସିପି ପ୍ରତୀକ ସିଂଙ୍କ ସୂଚନା ଦେଇଛନ୍ତି । ଯେଉଁଠି ନିୟମ ଭଙ୍ଗ ହେବ । ସେଠାରେ ସଙ୍ଗେସଙ୍ଗେ ହେବ କାର୍ଯ୍ୟାନୁଷ୍ଠାନ । ଏପରିକି ଛୋଟ ବଡ଼ ହୋଟେଲ ଉପରେ ମଧ୍ୟ ରହିବ ନଜର । କେଉଁଟି ବି ନାଚ ଗୀତ, ମଉଜ ମଜଲିସର ଆସର ଜମିବ ନାହିଁ । ଏପରିକି ନାଇଟ କର୍ଫ୍ୟୁ ଲଗାଯିବାର ମଧ୍ୟ ହେବାର ଯୋଜନା ରହିଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ