ETV Bharat / city

ପାର୍ବଣ ପାଇଁ ପ୍ରସ୍ତୁତ କମିଶନରେଟ ପୋଲିସ, ଜେଲ ଫେରନ୍ତାଙ୍କ ଉପରେ କଡା ନଜର

author img

By

Published : Aug 27, 2022, 10:23 PM IST

ପାର୍ବଣ ଋତୁ ପାଇଁ କଟକ କମିଶନରେଟ ପୋଲିସର ପ୍ରସ୍ତୁତି । କୌଣସି ସ୍ଥାନରେ ବିଶୃଙ୍ଖଳା ବା ଅପ୍ରୀତିକର ପରିସ୍ଥିତି ନଘଟିିବା ପାଇଁ କରାଯାଉଛି ସ୍ପେସିଆଲ ଡ୍ରାଇଭ । ଜେଲ ଫେରନ୍ତା ଅପରାଧୀଙ୍କ ଉପରେ ରହିଛି କଡ଼ା ନଜର । ଏନେଇ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ପିନାକ ମିଶ୍ର । ଅଧିକ ପଢ଼ନ୍ତୁ

ପାର୍ବଣ ପାଇଁ ପ୍ରସ୍ତୁତ କମିଶନରେଟ ପୋଲିସ
ପାର୍ବଣ ପାଇଁ ପ୍ରସ୍ତୁତ କମିଶନରେଟ ପୋଲିସ

କଟକ: ପାର୍ବଣ ପାଇଁ ପ୍ରସ୍ତୁତ କଟକ କମିଶନରେଟ ପୋଲିସ । ବିଶେଷକରି ଏହି ସମୟରେ ଯେପରି କୌଣସି ବିଶୃଙ୍ଖଳା ନଘଟେ, ସେନେଇ ବ୍ୟାପକ ପଦକ୍ଷେପ ନିଆଯାଉଛି । ପୋଲିସ ପକ୍ଷରୁ ସ୍ପେସିଆଲ ଡ୍ରାଇଭ କରାଯାଉଛି ବୋଲି ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ପିନାକ ମିଶ୍ର । କଟକ କମିଶନରେଟ ପୋଲିସ ଅଧିନରେ ଥିବା ପ୍ରତ୍ୟକ ଥାନା ଅଞ୍ଚଳରେ ଅପରାଧୀମାନଙ୍କୁ ଚିହ୍ନଟ କରି ସେମାନଙ୍କ ଉପରେ କଡା ନଜର ରଖାଯାଉଛି ବୋଲି ସେ କହିଛନ୍ତି ।

ପାର୍ବଣ ପାଇଁ ପ୍ରସ୍ତୁତ କମିଶନରେଟ ପୋଲିସ

ବିଶେଷ କରି ଏହି ସମୟରେ ବଟି ଆଦାୟର ଅନେକ ଅଭିଯୋଗ ଆସିଥାଏ । ଅପରାଧୀ ମାନେ ବିଭିନ୍ନ ଯୋଜନା ମାଧ୍ୟମରେ ବଟି ଆଦାୟ କରିଥାଆନ୍ତି । ଯାହାକି ପୋଲିସ ପାଇଁ ବଡ଼ ଚାଲେଞ୍ଜ ସୃଷ୍ଟି କରିଥାଏ । ଏଥିପାଇଁ ପେସାଦାର ଅପରାଧୀଙ୍କ ମଧ୍ୟରେ ଗଣ୍ଡଗୋଳର ସମ୍ଭାବନା ମଧ୍ୟ ରହିଥାଏ । ତେବେ ଏଥିପାଇଁ କଡା ନଜର ରଖିବାକୁ କଟକ କମିଶନରେଟ ପୋଲିସ ଅଧିନରେ ଥିବା ପ୍ରତ୍ୟକ ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଜେଲ ଫେରନ୍ତାଙ୍କ ଉପରେ ମଧ୍ୟ କଡା ନଜର ରଖିବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କଟକ ଡିସିପି କହିଛନ୍ତି ।

ଏହାବି ପଢ଼ନ୍ତୁ...ପାର୍ବଣ ପାଇଁ କଟକର ଅଭିଯାନ, ଅପରାଧ ନିୟନ୍ତ୍ରଣ ପାଇଁ ଲାଗିବ ୧୦୦୦ ସିସିଟିଭି

ପ୍ରତିକ୍ରିୟାରେ ଡିସିପି ପିନାକ ମିଶ୍ର କହିଛନ୍ତି, "ପାର୍ବଣ ଋତୁରେ କଟକରେ ବିଭିନ୍ନ ପୂଜା ବହୁ ଆଡ଼ମ୍ବରରେ ପାଳନ କରାଯାଇଥାଏ । ତେବେ ଏନେଇ କମିଶନରେଟ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପ୍ରତ୍ୟକ ଦିନ ପୋଲିସ ପକ୍ଷରୁ ସ୍ପେସିଆଲ ଡ୍ରାଇଭ କରାଯିବା ସହ ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ତରଫରୁ ଚଢ଼ାଉ ମଧ୍ୟ କରାଯାଉଛି । ତେବେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା କିମ୍ବା ଜେଲ ଫେରନ୍ତା ଅପରାଧୀଙ୍କ ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି । ଏହି ସମୟରେ ଯେପରି କୌଣସି ସ୍ଥାନରେ କିଛି ବିଶୃଙ୍ଖଳା ବା ଅପ୍ରୀତିକର ପରିସ୍ଥିତି ନ ଉପୁଜେ, ସେଥିପ୍ରତି ଦୃଷ୍ଟି ଦେବାକୁ ପ୍ରତ୍ୟକ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.