ETV Bharat / city

ସାମୂହିକ ବୋଇତ ବନ୍ଦାଣକୁ ନା, ବ୍ୟକ୍ତିଗତ ଧାର୍ମିକ କାର୍ଯ୍ୟକୁ କଟକରେ ଅନୁମତି - କଟକରେ ବୋଇତ ବନ୍ଦାଣ

କାର୍ତ୍ତିକ ପୂର୍ଣ୍ଣିମା ପାଇଁ ସାମୂହିକ ବୋଇତ ବନ୍ଦାଣକୁ ବାରଣ କରିଛନ୍ତି କଟକ ଜିଲ୍ଲାପାଳ । ଅଧିକ ପଢନ୍ତୁ

ସାମୂହିକ ବୋଇତ ବନ୍ଦାଣକୁ ନା, ବ୍ୟକ୍ତିଗତ ଧାର୍ମିକ କାର୍ଯ୍ୟକୁ କଟକରେ ଅନୁମତି

author img

By

Published : Nov 16, 2021, 3:34 PM IST

କଟକ: ଏବେ କାର୍ତ୍ତିକ ମାସର ପବିତ୍ର ପଞ୍ଚୁକ ପର୍ବ ଜାରି ରହିଛି । ଏହି ପର୍ବର ଶେଷ ଦିନ ପାଳିତ ହେବ ଡଙ୍ଗା ଭସା ବା ବୋଇତ ବନ୍ଦାଣ ଉତ୍ସବ । ତେବେ ଜିଲ୍ଲାରେ ସାମୂହିକ ଭାବେ ବୋଇତ ବନ୍ଦାଣ ଉତ୍ସବକୁ ପାଳନ କରିପାରିବେ ନାହିଁ ଜିଲ୍ଲାବାସୀ । ଏନେଇ ଆଜି ସ୍ପଷ୍ଟ କରିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ।

ସାମୂହିକ ବୋଇତ ବନ୍ଦାଣକୁ ନା, ବ୍ୟକ୍ତିଗତ ଧାର୍ମିକ କାର୍ଯ୍ୟକୁ କଟକରେ ଅନୁମତି

ଜଣେ ବ୍ୟକ୍ତିଗତ ଭାବରେ ଏହି ଉତ୍ସବକୁ ପାଳନ କରିପାରିବେ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି । କୋରୋନା ନିୟନ୍ତ୍ରଣ ହୋଇଥିଲେ ବି ସମ୍ପୂର୍ଣ୍ଣ ଭାବରେ ବିପଦ ଟଳି ନଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଆହୁରି ସତର୍କ ରହିବାକୁ ପଡିବ । ତେଣୁ କଟକ ଜିଲ୍ଲାରେ ଏକତ୍ରିତ ହୋଇ କୌଣସି ଉତ୍ସବ ପାଳନ କରିବାକୁ ବାରଣ କରିଛନ୍ତି ଜିଲ୍ଲାପାଳ ।

ଏନେଇ ସମସ୍ତଙ୍କ ସାହାଯ୍ୟ ଲୋଡିଛନ୍ତି ଜିଲ୍ଲାପାଳ । ସୂଚନାଯୋଗ୍ୟ କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯିବାର ବିଧି ରହିଛି । ତେବେ କୋଭିଡ଼ କଟକଣା ଯୋଗୁଁ ଗତବର୍ଷ ମଧ୍ୟ ଏହି ଉତ୍ସବ ବନ୍ଦ ହୋଇଥିଲା । ଚଳିତ ବର୍ଷ ସ୍ଥିତିରେ ସୁଧାର ଆସିଥିଲେ ମଧ୍ୟ କୌଣସି ସମ୍ଭାବ୍ୟ ସ୍ଥିତିକୁ ଏଡ଼ାଇବା ପାଇଁ ଏପରି ନିଷ୍ପତ୍ତି ନେଇଛନ୍ତି ଜିଲ୍ଲାପାଳ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.