ETV Bharat / city

ଫେକ୍‌ ଆକାଉଣ୍ଟ ନେଇ ପ୍ରତିକ୍ରିୟା ରଖିଲେ କଟକ ଜିଲ୍ଲାପାଳ

କଟକ ଜିଲ୍ଲାପାଳଙ୍କ ନାଁରେ ଫେକ WhatsApp ଆକାଉଣ୍ଟ । ଏନେଇ ପ୍ରତିକ୍ରିୟା ରଖିଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ

author img

By

Published : Jun 27, 2022, 11:34 AM IST

ଫେକ ଆକାଉଣ୍ଟ ନେଇ ପ୍ରତିକ୍ରିୟା ରଖିଲେ କଟକ ଜିଲ୍ଲାପାଳ

କଟକ: ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ନାଁରେ ଫେକ୍‌ WhatsApp ଆକାଉଣ୍ଟ ଘଟଣାରେ ଇଟିଭି ଭାରତରେ ପ୍ରତିକ୍ରିୟା ରଖଛନ୍ତି ଜିଲ୍ଲାପାଳ । କଟକ ସାଇବର ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ସେପଟେ ୭୬୯୬୯୧୮୧୫୧ ନମ୍ବରରୁ ଆସୁଥିବା ମେସେଜ ଗୁଡ଼ିକୁ ଅଣଦେଖା କରିବା ପାଇଁ ଲୋକଙ୍କୁ ଅପିଲ କରିଛନ୍ତି କଟକ ଜିଲ୍ଲାପାଳ । ଜିଲ୍ଲାପାଳଙ୍କ ନାଁରେ ଖୋଲାଯାଇଥିବା ହ୍ବାଟ୍ସଆପ ଆକାଉଣ୍ଟରୁ ଗତକାଲି ଅପରାହ୍ନରୁ ୧୦ ହଜାର ଟଙ୍କିଆ ଆମାଜନ ଗିଫ୍ଟ କାର୍ଡ କିଣିବା ପାଇଁ ନିବେଦନ କରାଯାଉଛି । ଏନେଇ ଜିଲ୍ଲାପାଳ ପ୍ରତିକ୍ରିୟା ରଖି ଏହା ଏକ ଫେକ ଆକାଉଣ୍ଟ ବୋଲି କହିଛନ୍ତି ।

ସୂଚନା ଅନୁସାରେ କଟକ ଜିଲ୍ଲାପାଳଙ୍କ ନାମରେ ହ୍ବାଟ୍ସଆପରେ କେହିଜଣେ ଫେକ ଆକାଉଣ୍ଟ ଖୋଲିଥିବା ରବିବାର ଅଭିଯୋଗ ହୋଇଥିଲା । ଏନେଇ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କଟକ ସାଇବର ଥାନାରେ ଏତଲା ଦାୟର କରିଥିଲେ । ୭୬୯୬୯୧୮୧୫୧ ନମ୍ବର ଜରିଆରେ ଜାଲ୍‌ ହ୍ଵାଟ୍ସଆପ ଆକାଉଣ୍ଟ ସୃଷ୍ଟି କରାଯାଇ ଏହା ମାଧ୍ୟମରେ ଭ୍ରମାତ୍ମକ ତଥ୍ୟ ପ୍ରଦାନ କରାଯାଉଥିବା ସେ ଅଭିଯୋଗ କରିଥିଲେ । ଏହି ହ୍ଵାଟ୍ସଆପ ନମ୍ବର ମାଧ୍ୟମରେ ପ୍ରଦାନ କରାଯାଉଥିବା ତଥ୍ୟକୁ ଗ୍ରହଣ ନକରିବାକୁ ସେ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି ।

ସମାଜର ସତର୍କ ପ୍ରହରୀ ଭାବରେ ଗଣମାଧ୍ୟମର ପ୍ରତିନିଧିମାନେ ଏହାକୁ ଗୁରୁତର ସହ ଗ୍ରହଣ କରି ଏଭଳି ଅପରାଧିକ କାର୍ଯ୍ୟ କଳାପକୁ ନିରୁତ୍ସାହିତ କରିବା ସମ୍ବନ୍ଧରେ ସମ୍ବାଦ ପରିବେଷଣ କରିବାକୁ ମଧ୍ୟ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.