ETV Bharat / city

ପ୍ରବାସୀଙ୍କୁ କାମ ଯୋଗାଇବାକୁ କଟକ ପ୍ରଶାସନର ନିଆରା ପ୍ରୟାସ - ଘରେ ପହଞ୍ଚିବ ସଫା ଓ ଇସ୍ତ୍ରୀ ହୋଇଥିବା ପୋଷାକ

ଏଣିକି ଘରେ ପହଞ୍ଚିବ ସଫା ଓ ଇସ୍ତ୍ରୀ ହୋଇଥିବା ପୋଷାକ । ଡାଲା ଅଟୋ ଦ୍ୱାରା ବିଭିନ୍ନ ସ୍ଥାନରୁ ଲୋକମାନଙ୍କ ଠାରୁ ପୋଷାକ ସଂଗ୍ରହ କରାଯିବ। ସେହି ପୋଷାକ ଗୁଡିକ ଉଚ୍ଚ କ୍ଷମତା ସମ୍ପନ୍ନ ୱାସିଂ ମେସିନରେ ସଫା କରାଯିବ । ସଫା ବସ୍ତ୍ର ଗୁଡିକ ଇସ୍ତ୍ରୀ ବା ଆଇରନ କରି ଲୋକଙ୍କ ଘରେ ପହଞ୍ଚାଇ ଦିଆଯିବ । ଅଧିକ ପଢନ୍ତୁ..

cuttack-cart-mobile-laundry
cuttack-cart-mobile-laundry
author img

By

Published : Jun 26, 2020, 9:06 PM IST

କଟକ: ଡାଲା ଅଟୋ ଦ୍ୱାରା ବିଭିନ୍ନ ସ୍ଥାନରୁ ଲୋକମାନଙ୍କ ଠାରୁ ପୋଷାକ ସଂଗ୍ରହ କରାଯିବ । ସେହି ପୋଷାକ ଗୁଡିକ ଉଚ୍ଚ କ୍ଷମତା ସମ୍ପନ୍ନ ୱାସିଂ ମେସିନରେ ସଫା କରାଯିବ । ସଫା ବସ୍ତ୍ର ଗୁଡିକ ଇସ୍ତ୍ରୀ ବା ଆଇରନ କରି ଲୋକଙ୍କ ଘରେ ପହଞ୍ଚାଇ ଦିଆଯିବ । ଏଥିରେ ସାମିଲ ହେବେ ପ୍ରବାସୀ ଓଡ଼ିଆ । ଯେଉଁମାନେ କୋରୋନା ଲକଡାଉନ ପାଇଁ ରୋଜଗାର ହରାଇ ନିଜ ଗ୍ରାମକୁ ଫେରିଛନ୍ତି । ଏଭଳି ଏକ ନିଆରା ଯୋଜନା ଆରମ୍ଭ କରିଛି କଟକ ଜିଲ୍ଲା ପ୍ରଶାସନ ।

କଟକରେ ଏଣିକି ଘରେ ପହଞ୍ଚିବ ସଫା ଓ ଇସ୍ତ୍ରୀ ହୋଇଥିବା ପୋଷାକ

ପ୍ରବାସୀ ଓଡ଼ିଆଙ୍କୁ ଆତ୍ମନିର୍ଭର ଏବଂ ରୋଜଗାର ହେବାକୁ ସୁଯୋଗ ଦିଆଯିବ ଏହି ଯୋଜନା ମାଧ୍ୟମରେ । ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଗ୍ରାମର କୌଣସି ପରିବାର ଯିଏ ଚାହିଁବେ ଏହି ସୁବିଧା ପାଇ ପାରିବେ । ପ୍ରାଥମିକ ପର୍ଯ୍ୟାୟରେ ଯୋଜନା ପାଇଁ ପ୍ରଶାସନ ତରଫରୁ ପ୍ରତି ପଞ୍ଚାୟତରୁ ୩ ଜଣ ଯୋଗ୍ୟ ପ୍ରବାସୀଙ୍କୁ ବ୍ଲକ ସ୍ତରୀୟ କମିଟି ଦ୍ୱାରା ଚୟନ କରାଯିବ । ସେମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯିବ । ୩୫ ପ୍ରତିଶତ ଋଣ ଛାଡର ବ୍ୟବସ୍ଥା କରାଯାଇଥିବା କଟକ ଜିଲ୍ଲାପାଳ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.