ETV Bharat / city

ସମର୍ଥକଙ୍କ ସମର୍ଥନରେ ଚାଲିଛି ନାମାଙ୍କନ ଦାଖଲ ପ୍ରକ୍ରିୟା

ସମର୍ଥକଙ୍କ ସହ ଆସି ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ଦାଖଲ କରିଛନ୍ତି ନାମାଙ୍କନ ପତ୍ର। ଆଉ ଏଥିପାଇଁ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେଖିବାକୁ ମିଳିଥିଲା ପ୍ରବଳ ଭିଡ। ହୋ-ହାଲ୍ଲା ଭିତରେ ଗୁରୁବାର ବି ଜାରି ରହିଥିଲା ନାମାଙ୍କନ ଦାଖଲ ପ୍ରକ୍ରିୟା।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Apr 5, 2019, 9:52 AM IST

କଟକ: ନାମାଙ୍କନ ଦାଖଲ କରିବା ପାଇଁ ଗୁରୁବାର ବି ଲମ୍ବିଛି ପ୍ରାର୍ଥୀଙ୍କ ଲାଇନ। ନିଜ ସମର୍ଥକଙ୍କ ସହ ଆସି ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ଦାଖଲ କରିଛନ୍ତି ନାମାଙ୍କନ ପତ୍ର। ଆଉ ଏଥିପାଇଁ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେଖିବାକୁ ମିଳିଥିଲା ପ୍ରବଳ ଭିଡ। ତେବେ ବିଭିନ୍ନ ମୁଦ୍ଦାକୁ ନେଇ ଲୋକଙ୍କ ପାଖକୁ ଯିବେ ଏବଂ ନିର୍ବାଚନରେ ଜିତାପଟ ମାରିବେ ବୋଲି ଆଶା ରଖିଛନ୍ତି ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ
ହୋ-ହାଲ୍ଲା ଭିତରେ ଗୁରୁବାର ବି ଜାରି ରହିଥିଲା ନାମାଙ୍କନ ଦାଖଲ ପ୍ରକ୍ରିୟା। ଏନେଇ ଶାସକ ଦଳ ପକ୍ଷରୁ ମାହାଙ୍ଗା ବିଧାନସଭା ଆସନରୁ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ସାଲେପୁର ବିଧାନସଭା ଆସନରୁ ପ୍ରଶାନ୍ତ ବେହେରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏଥିସହ ଉଭୟେ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକୁ ନେଇ ଲୋକଙ୍କ ପାଖକୁ ଯିବେ।

କେବଳ ସେତିକି ନୁହେଁ, ନିର୍ବାଚନରେ ଜିତିଲେ ବିକାଶର ଧାରାକୁ ତ୍ବରାନିତ କରିବା ପାଇଁ ଲକ୍ଷ୍ୟ ରଖିଥିବା ପ୍ରକାଶ କରିଛନ୍ତି ଉଭୟେ। ଅପରପଟେ ବିଜେପିରୁ ମାହାଙ୍ଗା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା ସାରଦା ପ୍ରଧାନ ଏଥର ଅଳ୍ପ କିଛି ସମର୍ଥକଙ୍କ ସହ ଆସି ନିରାଡମ୍ବର ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ତେବେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ସେ ଲୋକଙ୍କ ପାଖକୁ ଯିବେ। ବିଶେଷ କରି ଚାଷୀଙ୍କ ପାଇଁ ଜଳସେଚନ ସମସ୍ୟାଠାରୁ ଆରମ୍ଭ କରି କେନାଲ ମରାମତି କାମ ମୁଦ୍ଦା କରି ଲଢେଇ କରିବେ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.