ETV Bharat / city

Mann Ki Baat: ମୋଦିଙ୍କ ମନ କି ବାତ୍ କାର୍ଯ୍ଯକ୍ରମକୁ କଟକ ବିଜେପିର ପ୍ରଶଂସା

author img

By

Published : Nov 28, 2021, 3:54 PM IST

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୮୩ ତମ ମନ କି ବାତ୍ (Maan ki Baat program) କାର୍ଯ୍ୟକ୍ରମ ଥିଲା । ହଜାର ବର୍ଷର ସହର କଟକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବେଳେ ଆଗାମୀ ଦିନରେ ମୋଦିଙ୍କ ଦ୍ଵାରା ନୂଆ ଷ୍ଟାଟ ଅପ୍ ମାଧ୍ୟମରେ ନୂତନ ସମ୍ଭାବନା ସୃଷ୍ଟି ହେବା ନେଇ ଆଶା ରଖିଛି ନଗର ବିଜେପି । ଅଧିକ ପଢନ୍ତୁ

ମୋଦିଙ୍କ ମନ କି ବାତରେ ସାମିଲ ହେଲେ କଟକବାସୀ
ମୋଦିଙ୍କ ମନ କି ବାତରେ ସାମିଲ ହେଲେ କଟକବାସୀ

କଟକ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୮୩ ତମ ମନ କି ବାତ୍ (Maan ki Baat) କାର୍ଯ୍ୟକ୍ରମ ଥିଲା । ଏନେଇ କଟକ ନଗର ବିଜେପି ପକ୍ଷରୁ ବାରବାଟୀ ମହାନଦୀ ନିକଟରେ ଏକ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । କାର୍ଯ୍ୟକ୍ରମ ଆରମ୍ଭରୁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଟି କଥାକୁ ଶୁଣିଥିଲେ ସହରବାସୀ । ହଜାର ବର୍ଷର ସହର କଟକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବେଳେ ଆଗାମୀ ଦିନରେ ମୋଦିଙ୍କ ଦ୍ଵାରା ନୂଆ ଷ୍ଟାଟ ଅପ୍ ମାଧ୍ୟମରେ ନୂତନ ସମ୍ଭାବନା ସୃଷ୍ଟି ହେବା ନେଇ ଆଶା ରଖିଛି ନଗର ବିଜେପି ।

ମୋଦିଙ୍କ ମନ କି ବାତରେ ସାମିଲ ହେଲେ କଟକବାସୀ

ଆଜି ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମର ୮୩ ତମ ସଂସ୍କରଣ ଥିଲା । ପୂର୍ବାହ୍ନ ୧୧ଟାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଭାରତ ବର୍ଷର ସଂସ୍କୃତି ସଂସ୍କାର, ଆୟୁଷ୍ମାନ ଯୋଜନା, ଷ୍ଟାଟ ଅପ ସହ ଯୋଡି ହୋଇଥିବା ଯୁବ ଵର୍ଗଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହ ଆୟୁଷ୍ମାନ ଯୋଜନାରେ ସୁସ୍ଥ ହୋଇଥିବା ହିତାଧିକାରୀଙ୍କ ସହ ସିଧାସଳଖ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ।

ସାଧାରଣ ଜନତାଙ୍କ ମନର କଥା ଶୁଣିଛନ୍ତି ପ୍ରଧାନମନ୍ତ୍ରୀ । କାର୍ଯ୍ୟ ବ୍ୟସ୍ତତା ଭିତରେ ମଧ୍ୟ ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କ ମନର କଥା ଶୁଣିଛନ୍ତି ଲୋକଙ୍କ ସହ ବାର୍ତ୍ତାଳାପ କରିଛନ୍ତି ବାସ୍ତବରେ ତାହା ବିରଳ ବୋଲି କହିଛନ୍ତି ସ୍ମୃତି ପଟ୍ଟନାୟକ । ପ୍ରଧାନମନ୍ତ୍ରୀଙ୍କ ଏହା କାର୍ଯ୍ୟକ୍ରମ ଏକ ଭାରତ ଶ୍ରେଷ୍ଠ ଭାରତକୁ ଯୋଡିବାର ପ୍ରୟାସ ବୋଲି କହିଛନ୍ତି ବିଜେପି ନେତା ଦିଲ୍ଲୀପ ମଲ୍ଲିକ ।

ମନ କି ବାତ ପ୍ରଧାନମନ୍ତ୍ରୀଙ୍କ ଏକ ମାସିକ ରେଡିଓ କାର୍ଯ୍ୟକ୍ରମ ଯେଉଁଥିରେ ଦେଶବାସୀଙ୍କୁ ସମ୍ବୋଧିତ କରିଥାନ୍ତି । ଏହା ପ୍ରତିମାସ ଶେଷ ରବିବାର ପ୍ରସାରିତ ହୋଇଥାଏ । ଏହି କାର୍ଯ୍ୟକ୍ରମ ଅଲ ଇଣ୍ଡିଆ ରେଡିଓ, ଦୂରଦର୍ଶନ ଏବଂ ଏୟାର ନ୍ୟୁଜ ୱେବସାଇଟରେ ଉପଲବ୍ଧ ହୋଇଥାଏ । 'ମନ କି ବାତ' କାର୍ଯ୍ୟକ୍ରମ ହିନ୍ଦୀ ପ୍ରସାରଣ ପରେ ଆକାଶବାଣୀ ପକ୍ଷରୁ ପ୍ରତି ଆଞ୍ଚଳିକ ଭାଷାରେ ଏହାକୁ ପ୍ରସାରିତ କରାଯାଏ ।

କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.